ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଚାକିରି ସୁଯୋଗ, ଏମିତି କରନ୍ତୁ ଆବେଦନ

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ଅଭିଯାନ ଜରିଆରେ ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ହେବ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ଅଭିଯାନ ଜରିଆରେ ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ହେବ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ippbonline.comକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୫ ଏପ୍ରିଲ ୨୦୨୪ ରହିଛି । ଶେଷ ତାରିଖ ପରେ ଆବେଦନ କଲେ ଗ୍ରହଣ କରାଯିବ ନାହିଁ ।

ପଦବୀ ବିବରଣୀ : ୪୭

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆରମ୍ଭ ହୋଇଥିବା ବେଳେ ଶେଷ ୫ ଏପ୍ରିଲ ୨୦୨୪ରେ ହେବ ।

ବୟସ ସୀମା : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୫ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ ଶୁଳ୍କ ଭରିବାକୁ ହେବ । ଇଚ୍ଛୁକ ପ୍ରାର୍ଥୀ ୭୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ୧୫୦ ଟଙ୍କା ଦେବାକୁ ହେବ ।

କେମିତି ହେବ ଚୟନ : ପଦବୀରେ ପ୍ରାର୍ଥୀଙ୍କ ଚୟନ ଗ୍ରାଜୁଏସନ/ଗ୍ରୁପ ଡିସକ୍ସନ/ପର୍ସନାଲ ଇଣ୍ଟରଭ୍ୟୁରେ ମିଳିଥିବା ନମ୍ବର ଆଧାରରେ ହେବ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ippbonine.com କୁ ଯାଆନ୍ତୁ ।
ଏହାପରେ ହୋମପେଜରେ କ୍ୟାରିଅରରେ କ୍ଲିକ୍‌ କରନ୍ତୁ ।
ପରେ ପଞ୍ଜିକରଣ ଏବଂ ଆବେଦନ ଫର୍ମ ଭରନ୍ତୁ ।
ଏହାପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରନ୍ତୁ । ଆବେଦନ ଫର୍ମ ସବମିଟ୍‌ କରନ୍ତୁ ।
ଆବେଦନ ଫର୍ମ ଡାଉନଲୋଡ କରନ୍ତୁ । ଆବେଦନ ଫର୍ମର ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.