କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ବାଜିବ ମୋହର, ଦିଲ୍ଲୀରେ ବସିଛି କାର୍ଯ୍ୟକାରିଣୀ ବୈଠକ

କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ବାଜିବ ମୋହର । ଦିଲ୍ଲୀରେ ବସିଛି କଂଗ୍ରେସର କାର୍ଯ୍ୟକାରିଣୀ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି।

ନୂଆଦିଲ୍ଲୀ : କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ବାଜିବ ମୋହର । ଦିଲ୍ଲୀରେ ବସିଛି କଂଗ୍ରେସର କାର୍ଯ୍ୟକାରିଣୀ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି। ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଓଡ଼ିଶା କଂଗ୍ରେସ ପ୍ରଭାରୀ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। କଂଗ୍ରେସର ନିର୍ବାଚନୀ ଇସ୍ତାହାର ଉପରେ ଏହି ବୈଠକରେ ମୋହର ବାଜିପାରେ।

ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ବୈଠକରେ ପ୍ରାର୍ଥୀ ତାଲିକା ମଧ୍ୟ ଚୂଡ଼ାନ୍ତ ହେବ। ପୂର୍ବରୁ ୮୨ ସିଟ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ୧୮ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟିଂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.