Below header

ମୟୁରଭଞ୍ଜ: ମନ କିଣିନେଲେ ୧୦୮ କର୍ମଚାରୀ, ଦୁର୍ଗମ ଅଞ୍ଚଳକୁ ଆମ୍ବୁଲାନ୍ସ ନପହଞ୍ଚିବାରୁ ରୋଗୀକୁ ଷ୍ଟ୍ରେଚରରେ ବୋହିଲେ ୩ କିଲୋମିଟର

କରଞ୍ଜିଆ(କେନ୍ୟୁଜ୍): ତିନି କିଲୋମିଟର ଷ୍ଟ୍ରେଚରରେ ରୋଗୀକୁ ଆଣି ଆମ୍ବୁଲାନ୍ସ ନିକଟକୁ  ପହଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏପରି ଘଟଣା ଦେଖିବାକୁ  ମିଳିଛି ମୟୁରଭଞ୍ଜ ଜିଲ୍ଲାର  ଜଶିପୁର ବ୍ଳକ ଅନ୍ତର୍ଗତ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ କୁଆଁରିବିଲ ଗାଁରେ । ଗ୍ରାମର ଟୁରି ତିରିଆ ନାମକ ଜନୈକ ବୃଦ୍ଧା ଗତକାଲି  ଗୁରୁତର ଅସୁସ୍ଥ ହଇଥିଲେ । ତେବେ  ଉକ୍ତ ଗାଁକୁ  ଯାତାୟାତ ପାଇଁ କୌଣସି ସୁବିଧା ନଥିବାରୁ ପରିବାର ଲୋକେ ନିକଟରେ ଥିବା ସ୍ୱାସ୍ଥ୍ୟକର୍ମୀ ନିକଟକୁ  ଯାଇଥିଲେ। କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ  ଫୋନ କରିବା ପାଇଁ ସେପରି ସୁବିଧା ନ ଥିବାରୁ ଏକ ଫୋନ ପଏଣ୍ଟକୁ ସ୍ୱାସ୍ଥ୍ୟକର୍ମୀ ଯାଇ  ୧୦୮ ଡକାଇ ଥିଲେ ।

ହେଲେ ଗାଁ କୁ ଯିବା ପାଇଁ କୌଣସି ଭଲ ରାସ୍ତା ନ ଥିବାରୁ ୧୦୮ ଆମ୍ବୁଲାନ୍ସଟି ତିନି କିଲୋମିଟର ଦୂରରେ ରହିଥିଲା । ୧୦୮ ରହିଥିବା ସ୍ଥାନରୁ କୌଣସି ଫୋନ କଲର  ସୁବିଧା ନ ଥିବାରୁ ଅସୁସ୍ଥ ଥିବା ପରିବାର କିମ୍ବା ସ୍ୱାସ୍ଥ୍ୟ କର୍ମ କାହା ସହିତ ଯୋଗାଯୋଗ ହଇ ପାରିନଥିଲା । ଯାହା ଫଳରେ ବାଧ୍ୟହଇ ୧୦୮କର୍ମଚାରୀ ମାନେ ଷ୍ଟ୍ରେଚୋର ଧରି ବାହାରି ଯାଇଥିଲେ ରୋଗୀର ଗ୍ରାମକୁ । ସେଠାରୁ ଗୁରୁତର ଅସୁସ୍ଥ ରୋଗୀକୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମିଶି ଷ୍ଟ୍ରେଚର ଯୋଗେ ତିନି କିଲୋମିଟର ବୋହି ଆଣିଥିଲେ। ଅସୁସ୍ଥ ବୃଦ୍ଧାକୁ ଗତକାଲି ଆଣିବା ପରେ  ଜଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସନ୍ଧ୍ୟା ୬ଟା ରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା   ସ୍ଥିରଥିବା ଜଣା ପଡିଛି । ୧୦୮ କର୍ମଚାରୀଙ୍କ ଏପରି ମାନବିକତା ଦେଖାଇଥିବାରୁ ସ୍ଥାନୀୟ ଲୋକେ ୧୦୮ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଗମନାଗମନର ଅବ୍ୟବସ୍ଥା ନେଇ  ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ  ବାରମ୍ବାର ଅଭିଯୋଗ କରିଥିଲେ ବି ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉନାହିଁ । ଯାହା ଫଳରେ  ଗ୍ରାମବାସୀ ଅନେକ ଅସୁବିଧାରେ ପଡୁଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.