ରବିବାର ଭୁଲରେ ବି କରନ୍ତୁ ନାହିଁ ଏହି ୭ଟି କାମ, ସୂର୍ଯ୍ୟଦେବ ହେବେ ନାରାଜ

ସପ୍ତାହକ ସାତ ଦିନର ନାମ ଗ୍ରହ ଆଧାରରେ ରଖାଯାଇଛି। ଏଣୁ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ କରାଯାଇଛି। ଆଜି ରବିବାର। ଧାର୍ମିକ ମାନ୍ୟତା ଅନୁଯାୟୀ ରବିବାରକୁ ଭଗବାନ ସୂର୍ଯ୍ୟଙ୍କ ବାର କୁହାଯାଏ। ସୂର୍ଯ୍ୟଙ୍କ ବାର ହୋଇଥିବାରୁ ଏହିଦିନ କିଛି କାମ କରିବାକୁ ବାରଣ କରାଯାଇଛି। ଏସବୁ ବାରଣ କରାଯାଉଥିବା କାମ କଲେ ସୂର୍ଯ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଅନେକ କ୍ଷତି ସହିବାକୁ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା ରବିବାର ଦିନ କି କି କାମ କରିବା ମନା…

  • ରବିବାର ପଶ୍ଚିମ ଦିଗକୁ ଯାତ୍ରା କରିବା ଅନୁଚିତ୍‌। ଯଦି ଅତି ଦରକାର ପଡ଼େ ତେବେ ଯାତ୍ରା କରିବା ବେଳେ ଘରେ ଦଲିଆ, ଘିଅ କିମ୍ବା ପାନ ଖାଇବା ପରେ ହିଁ ବାହାରନ୍ତୁ।
  • ରବିବାର ତମ୍ବାରେ ତିଆରି କିମ୍ବା ସୂର୍ଯ୍ୟ ଦେବତାଙ୍କ ସହ ସମ୍ବନ୍ଧୀୟ ଜିନିଷ ବିକ୍ରି କରିବା ଅନୁଚିତ।
  • ରବିବାର ନୀଳ, କଳା ଓ ଗ୍ରେ ରଙ୍ଗର ପୋଷାକ ପିନ୍ଧିବା ଅନୁଚିତ।
  • ରବିବାର ସୂର୍ଯ୍ୟାସ୍ତ ପରେ ଲୁଣ ଖାଇବା ଅନୁଚିତ।
  • ରବିବାର ଚୁଟି କାଟନ୍ତୁ ନାହିଁ।
  • ରବିବାର ମଦ, ମାଂସ ଓ ଶନି ଦେବତା ସମ୍ବନ୍ଧୀୟ ପଦାର୍ଥ ସେବନ କରିବା ଅନୁଚିତ।
  • ରବିବାର ସୋରିଷ ତେଲ ମାଲିସ କରିବା ଉଚିତ ନୁହେଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.