୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍ ପୋଲିସ , ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ବର(କେନ୍ୟୁଜ୍) : ୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍ ପୋଲିସ। ଏହି ୧୦ ବର୍ଷ ଭିତରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ଅନେକ ସଫଳତା ମଧ୍ୟ ହାସଲ କରିଛି। ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ। ବିଶେଷକରି ଫୋକସ୍ରେ ରହିଛନ୍ତି ବସ୍ତିର ଯୁବପିଢୀ ଓ ସ୍କୁଲ କାର୍ୟ୍ୟକ୍ରମ। କମିଶନରେଟ୍ ପୋଲିସ ପକ୍ଷରୁ ଜାରି ରହିଥିବା ସ୍ପେସାଲ ଡ୍ରାଇଭ ଜାରି ରହିବ ବୋଲି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି।