Below header

ମା’ ଗୃହ ୱାର୍ଡେନଙ୍କୁ ହତ୍ୟା ଘଟଣା: ଆଜି ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ

ଆଜି ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ । ମା’ ଗୃହ ୱାର୍ଡେନଙ୍କୁ ହତ୍ୟା ମାମଲାକୁ ନେଇ ରାୟଗଡ଼ାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଆଦିବାସୀ ମହାସଂଘ ସହ ବିଜେପିର ବନ୍ଦ ପାଳନ । ଅଭିଯୁକ୍ତଙ୍କ ଗିରଫ ଦାବିରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଜିଲ୍ଲା ବନ୍ଦ କରାଯାଇଛି ।

ରାୟଗଡ଼ା (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ । ମା’ ଗୃହ ୱାର୍ଡେନଙ୍କୁ ହତ୍ୟା ମାମଲାକୁ ନେଇ ରାୟଗଡ଼ାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଆଦିବାସୀ ମହାସଂଘ ସହ ବିଜେପିର ବନ୍ଦ ପାଳନ । ଅଭିଯୁକ୍ତଙ୍କ ଗିରଫ ଦାବିରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଜିଲ୍ଲା ବନ୍ଦ କରାଯାଇଛି । ଫଳରେ ରାୟଗଡ଼ା ଜିଲ୍ଲାରେ ସରକାରୀ ଓ ବେସରକାରୀ ବସ ଚଳାଚଳ ବନ୍ଦ ରହିଛି । ଏହାଦ୍ବାରା ଗମନା ଗମନ ବାଧା ପ୍ରାପ୍ତ ହୋଇଛି ।

ସୂଚନା ଅନୁସାରେ ଗତ ୨୧ ତାରିଖରେ ଚନ୍ଦ୍ରପୁର ଡାକ୍ତରଖାନା ପରିସରର ଏକ ଭଗ୍ନ ଘରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବତୀ ଦୀର୍ଘ ୫ ବର୍ଷ ହେବ ଆଲିଶା ନାମକ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ବାରା ନିଯୁକ୍ତି ହୋଇ ଚନ୍ଦ୍ରପୁର ମା’ ଗୃହରେ ୱାର୍ଡେନ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଘର କାଶୀପୁର ବ୍ଲକ ନାକେଟିଗୁଡା ଗାଁ । ମୃତ ଯୁବତୀ ଜଣେ ଦିବ୍ୟାଙ୍ଗ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.