Below header

ହାଜତ ମୃତ୍ୟୁକୁ ନେଇ ବିରମିତ୍ରପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ବିରମିତ୍ରପୁର(କେ ନ୍ୟୁଜ): ବିରମିତ୍ରପୁର ୧୨ ଘଣ୍ଟିଆ ବନ୍ଦ । ହାଜତ ମୃତ୍ୟୁ ମାମଲାରେ ବିଚାରବିଭାଗୀୟ ତଦନ୍ତ ଓ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । କର୍ମୀ ମାନଙ୍କ ପକ୍ଷରୁ ପିକେଟିଂ କରାଯାଇ ଦୋକାନ, ବଜାର ଆଦି ବନ୍ଦ କରାଯିବା ସହ ଆଜି ମୋଟର ଚଳାଚଳ ବନ୍ଦ କରାଯାଇଛି। ବନ୍ଦ ଯୋଗୁଁ ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.