୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି

ନୂଆଦିଲ୍ଲୀ: ପରଲୋକରେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି। ମିଳାଥିବା ସୂଚନା ଅନୁଯାୟୀ ଆଜି ସକାଳ ୫.୨୮ ମିନିଟ୍‌ ରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଶ୍ରୀ ଗୁଲାଟି ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।

ମହାଶୟ ଧର୍ମପାଲ ଗୁଲାଟି ୧୯୨୩ ମସିହାରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। MDH କମ୍ପାନୀକୁ ପରିଚୟ ଦେବାରେ ସେ ଖୁବ୍‌ ପରିଶ୍ରମ କରିଥିଲେ। ଯାହାଫଳରେ ଆଜି ବିଶ୍ୱ ବଜାରରେ MDH କମ୍ପାନୀ ଖୁବ୍‌ ପରିଚିତ ହୋଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.