ଶାନଦାର କ୍ୟାମେରା ସହିତ ଆଜି ଭାରତରେ ଲଞ୍ଚ ହେଲା Vivo V20 Pro 5G

ଭିଭୋର ନୂଆ ସ୍ମାର୍ଟଫୋନ Vivo V20 Pro ଭାରତରେ ଲଞ୍ଚ ହୋଇଛି । Vivo V20 Proର ଖାସ ଫିଚର୍ସଗୁଡିକ ବିଷୟରେ କହିବାକୁ ଗଲେ  ଏଥିରେ ଡୁଆଲ୍ ସେଲଫି କ୍ୟାମେରା ସହିତ ସ୍ନାପଡ୍ରାଗନ୍ 765G ପ୍ରୋସେସର୍ ରହିଛି ଯାହାକି 5G ପ୍ରୋସେସର ଅଟେ । ଏହା ବ୍ୟତୀତ Vivo V20 Pro 33 ୱାଟ ଫାଷ୍ଟ ଚାର୍ଜିଂ ସହିତ ଆସିଛି । ଏହି ଫୋନ୍ ଚଳିତ ବର୍ଷ ସେପ୍ଟେମ୍ବରରେ Vivo V20 ସହିତ ଥାଇଲ୍ୟାଣ୍ଡରେ ଲଞ୍ଚ କରାଯାଇଥିଲା । ୟୁଜର୍ସମାନଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି V20 Proକୁ ଏକ ବଢିଆ କ୍ୟାମେରା ସହିତ ଡିଜାଇନ୍ କରାଯାଇଛି ।

Vivo V20 Pro ଭାରତରେ ଗୋଟିଏ ବ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି ଯାହାର ମୂଲ୍ୟ 29,990 ଟଙ୍କା । ଏହି ଫୋନକୁ 8 GB RAM ଏବଂ 128 GB ଷ୍ଟୋରେଜ୍ ସହିତ ମିଡନାଇଟ୍ ଜାଜ୍ ଏବଂ ସନ୍ସେଟ୍ ମେଲୋଡି କଲର ଭାରିଆଣ୍ଟରେ କିଣା ଯାଇପାରିବ ।

Vivo V20 Pro will cost INR 29,990 ($405) in India, coming on December 2

Vivo V20 Pro ରେ ଆଣ୍ଡ୍ରଏଡ୍ 11 ଆଧାରିତ ଫନଟଚ୍ OS 11 ଦିଆଯାଇଛି । ଏହି ଫୋନରେ 6.80-ଇଞ୍ଚ ଫୁଲ୍ HD ପ୍ଲସ୍ ଡିସପ୍ଲେ ଅଛି ଯାହା 1080×2400 ପିକ୍ସେଲର ରିଜୋଲ୍ୟୁସନ । ଡ଼ିସପ୍ଲେର କ୍ୱାଲିଟି ହେଉଛି AMOLED, କ୍ୟାମେରା ବିଷୟରେ କହିବାକୁ ଗଲେ, ଭିଭୋ V20 ପ୍ରୋରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ମେନ ଲେନ୍ସ ହେଉଛି 64 ମେଗାପିକ୍ସେଲ ସାମସଙ୍ଗ ISOCELL GW1 ସେନ୍ସର ସହିତ ଏକ ଆପେଚର f / 1.89 ।

ଭିଭୋଙ୍କ ଫୋନରେ 4000mAh ବ୍ୟାଟେରୀ ଅଛି, ଯାହା 33 ୱାଟ ଫ୍ଲାସ ଚାର୍ଜ ଫାଷ୍ଟ ଚାର୍ଜିଂକୁ ସହଯୋଗ କରେ । କନେକ୍ଟିଭିଟି ପାଇଁ ଏହା 5G, 4G LTE, 3.5mm ହେଡଫୋନ୍ ଜ୍ୟାକ୍ ଏବଂ USB ଟାଇପ-ସି ପୋର୍ଟ ମିଳିବ । ଫୋନରେ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ଦିଆଯାଇଛି ଏବଂ ଏହାର ଓଜନ ଅଛି 170 ଗ୍ରାମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.