Below header

ଗ୍ରାହକଙ୍କ ବେଶରେ ସୁନା ଚୋରି ଉଦ୍ୟମ, ପୋଲିସ ହେପାଜତରେ ତିନି ମହିଳା

ଭଦ୍ରକ(କେ ନ୍ୟୁଜ): ଗ୍ରାହକ ବେଶରେ ସୁନା ଦୋକାନରୁ ଚୋରି କଲେ ତିନି ମହିଳା। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରରେ। ଗତକାଲି ସନ୍ଧ୍ୟାରେ ତିନିଜଣ ମହିଳା ରାଣୀତାଲ ବଜାରରେ ଥିବା ମା ତାରିଣୀ ଜୁଏଲାରୀକୁ ସୁନା କିଣିବା ବାହାନାରେ ଯାଇଥିଲେ। ତେବେ ସେମାନେ ସେଠାରେ ସୁନା କିଣିବା ବାହାନାରେ ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ସୁନା ଅଳଙ୍କାର ନିଜ ଭ୍ୟାନିଟି ବ୍ୟାଗରେ ରଖିଥିଲେ। ଏନେଇ ଦୋକାନୀଙ୍କ ସନ୍ଦେହ ହେବାରୁ ସେ ଯାଇ ସିସିଟିଭି ତନଖିଥିଲେ।

ସେଥିରୁ ସୁନାଚୋରି ହୋଇଥିବା ନେଇ ସ୍ପଷ୍ଟ ଭାବରେ ଜଣା ପଡିଥିଲା। ଫଳରେ ସେ ଦୋକାନ ଚାବି ପକାଇ ତିନି ମହିଳାଙ୍କୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ। ଏଥିରେ ସଂପୃକ୍ତ ତିନି ମହିଳା ଛାନିଆ ହୋଇ ଦୋକାନୀଙ୍କୁ ସୁନା ଫେରାଇ ଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ପୋଲିସ ପହଞ୍ଚି ତିନି ମହିଳାଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.