ଆଜି ହେବ ଚାଷୀ-ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା, ଦାବି ନମାନିଲେ ଦିଲ୍ଲୀର ଅନ୍ୟ ରାସ୍ତା ଗୁଡ଼ିକୁ କରାଯିବ ଅବରୋଧ

ନୂଆଦିଲ୍ଲୀ(କେ ନ୍ୟୁଜ): ଚାଷୀ-ସରକାର ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ । ଏହା ପୂର୍ବରୁ ସରକାରଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି ଚାଷୀ ସଂଗଠନ । କୃଷି ଆଇନ୍‌ ପ୍ରତ୍ୟାହାର ନହେଲେ ଦିଲ୍ଲୀର ଅନ୍ୟ ରାସ୍ତା ଗୁଡ଼ିକୁ ମଧ୍ୟ ଅବରୋଧ କରାଯିବ ବୋଲି ଧମକ ଦେଇଛନ୍ତି। କେବଳ ସେତିକି ନୁହେଁ, ଆହୁରି ଅଧିକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏପରିକି ସ୍ୱତନ୍ତ୍ର ଅଧିବେଶନ ଡାକି ସରକାର ନୂଆ କୃଷି ଆଇନ୍‌କୁ ଉଛେଦ କରନ୍ତୁ ବୋଲି କହିଛନ୍ତି ଚାଷୀ ସଂଗଠନ ।

ସେହିପରି ଆଲୋଚନାକୁ ଡାକି ନଥିବାରୁ ଅଲ୍‌ ଇଣ୍ଡିଆ କିଷାନ ସଂଘ କୋର୍ଡିନେସନ୍‌ କମିଟି କ୍ଷୋଭ ପ୍ରକାଶ କରିଛି । ଯେଉଁମାନେ ଆଇନ୍‌ ହାତକୁ ନେଲେ ସେମାନଙ୍କୁ ସରକାର ଆଲୋଚନାକୁ ଡାକିଲେ, ଆମକୁ ଡକାଗଲା ନାହିଁ ବୋଲି କହିଛନ୍ତି ସଂଗଠନର ଆବାହକ । ସେପଟେ ଆଲୋଚନାରେ ସମାଧାନର ବାଟ ବାହାରିବା ନେଇ ଆଶା ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.