Below header

ମୃତ୍ୟୁ ଦେଖେନି ତିଥି, ନକ୍ଷତ୍ର କି ବାର ! ଗଣେଶ ପୂଜା ପାଇଁ ଲାଇଟ୍ ଲଗାଇବା ବେଳେ ଚାଲିଗଲା ପୃଥ୍ଵୀରାଜର ଜୀବନ

ଭୁବନେଶ୍ୱର (କେନ୍ୟୁଜ) : ମୃତ୍ୟୁ ଦେଖେନି ଦିନ ବାର କି ତିଥି ନକ୍ଷତ୍ର, ଅବା ବୟସ କି ସମୟ । ଯାହାକୁ ନେବା କଥା ନେଇଯାଏ । ଛଡ଼େଇ ନିଏ ପରିବାର ଠାରୁ । ଏମିତି ତ କରୋନା ଲକ୍‌ଡାଉନ୍ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ବନ୍ଦ ହୋଇଯାଇଛି ଗଣେଶ ପୂଜା । ସେଥିଲାଗି ଯୁବ ପିଢ଼ିଙ୍କ ମନରେ ଆଗ୍ରହ ନାହିଁ । ହେଲେ ତାରି ଭିତରେ ଗଣେଶ ପୂଜା କରିବାକୁ ଯାଇ ଜୀବନ ହାରିଛି ଜଣେ ସପ୍ତମ ଶ୍ରେଣୀର ଛାତ୍ର । ପୃଥ୍ଵୀରାଜ ସିଂହ । ୧୨ ବର୍ଷର ପିଲାଟିଏ ।

PRITHIVI-3

ଭୁବନେଶ୍ୱର ଲକ୍ଷ୍ମୀ ସାଗର ରିଫ୍ୟୁଜି କଲୋନୀରେ ଘର । ସକାଳେ ବାପାଙ୍କୁ ପୁଅ ପୃଥ୍ଵୀରାଜ କହିଲା, ବାପା ତୁମେ ଫୁଲ ଆଣ ଘରେ ଗଣେଶ ପୂଜା କରିବା । ଆଉ ବାପା ତାଙ୍କ ବଡ଼ଭାଇ ସହ ଫୁଲ ଆଣିବାକୁ ଚାଲିଗଲେ । ହେଲେ ବାପା ଫୁଲ ନେଇ ଫେରିଲା ବେଳକୁ ପୁଅ କିନ୍ତୁ ନଥିଲା । ଚାଲି ଯାଇଥିଲା ଅନେକ ଦୂରକୁ । ପୂଜା ପାଇଁ ଲାଇଟ୍ ଲଗାଇବାକୁ ତାର ସଜାଡୁଥିବା ବେଳେ ଇଲେକଟ୍ରିକ୍ ସକ୍ ଲାଗି ସେଇଠି ଟଳି ପଡ଼ିଲା । ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଦେହରେ ଆଉ ଜୀବନ ନଥିଲା ।

PRITHIVI-1

ଗଣେଶ ପୂଜାରେ ଏଭଳି ଦାରୁଣ ଦୁଃଖ ଦେଇ ସମସ୍ତଙ୍କୁ କନ୍ଦାଇ ଚାଲିଗଲା ଏକମାତ୍ର ପୁଅ ପୃଥ୍ଵୀରାଜ । ସାହି ପଡ଼ିଶା ସମସ୍ତଙ୍କର ମନ ଭାଙ୍ଗି ଦେଇ ଅଜଣା ରାଇଜକୁ ଚାଲି ଯାଇଛି ପୃଥ୍ଵୀରାଜ । ପୂଜାର ଖୁସି ମିଳେଇ ଯାଇଛି ଦୁଃଖରେ । ସତରେ ମନେ ପଡୁଛି ସେଇ ଗୀତଟି, ଜୀବନର କି ଅବା ଭରସା ଆଜି ଅଛି କାଲିକୁ ନାହିଁଟ୍ଟ । ହେଲେ ଏହି ଘଟଣା ଏକଥାବି ଚେତାଇ ଦେଉଛି ଯେ ବିଦ୍ୟୁତ୍ ଭଳି ବିପଜ୍ଜନକ କାମରେ ପିଲାଠୁ ବୟସ୍କ ସମସ୍ତେ ସତର୍କ ରହିବା ବି ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.