ମୃତ୍ୟୁ ପରେ ବି ଅମର ରହିବେ ଦମୟନ୍ତୀ, ଅନ୍ୟ ରୋଗୀଙ୍କ ଶରୀରରେ ଲାଗିବ ତାଙ୍କ ଯକୃତ
ମୃତ୍ୟୁ ପରେ ବି ଅମର ରହିବେ । ଆଖି ବୁଜିବା ପରେ ଅନ୍ୟ କାହା ଘରେ ଫୁଟାଇବେ ହସ। ଆମେ କହୁଛୁ ୧୬ ବର୍ଷୀୟ ଦମୟନ୍ତୀଙ୍କ କଥା।
ମୃତ୍ୟୁ ପରେ ବି ଅମର ରହିବେ । ଆଖି ବୁଜିବା ପରେ ଅନ୍ୟ କାହା ଘରେ ଫୁଟାଇବେ ହସ। ଆମେ କହୁଛୁ ୧୬ ବର୍ଷୀୟ ଦମୟନ୍ତୀଙ୍କ କଥା। କିଡ଼ନୀ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ ଦମୟନ୍ତୀ। ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଲେ। ତାଙ୍କର ମୃତ୍ୟୁ ହୋଇଛି ସତ କିନ୍ତୁ ସେ ଅମର ରହିବେ। ତାଙ୍କ ଯକୃତ ଅନ୍ୟ ରୋଗୀଙ୍କ ଶରୀରରେ ଲାଗିବ। ଗ୍ରୀନ କରିଡର ଭିତରେ ଭୁବନେଶ୍ୱର ବିମାନବନ୍ଦରକୁ ଯିବ। ସେଠାରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ILBS ହସ୍ପିଟାଲ ନିଆଯିବ। ଝିଅର ମୃତ୍ୟୁ ଅନ୍ୟ ପରିବାରରେ ହସ ଫୁଟାଇବ ବୋଲି କହିଛନ୍ତି ଦମୟନ୍ତୀଙ୍କ ମା ବାପା।