Below header

ଚିହ୍ନଟ ହେଲେ ଯେତିକି ସୁସ୍ଥ ହେଲେ ସେତିକି, ସକାଳେ ଚିହ୍ନଟ ହୋଇଥିଲେ ୧୪୩, ଅପରାହ୍ନରେ ସୁସ୍ଥ ହେଲେ ୧୪୩

କେନ୍ୟୁଜ(ବ୍ୟୁରୋ):  ପୁଣି ଖୁସିଖବର ଦେଲା  ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ  ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଥିବାର ଟ୍ବିଟ ଜରିଆରେ ଦେଲେ ସୂଚନା। ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଜପତିର ୧୮, ବରଗଡ, ମାଲକାନଗିରି ଓ ପୁରୀର ୧୫ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବଲାଙ୍ଗିରରୁ ୧୨, କଟକରୁ ୧୦, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୮, କେନ୍ଦ୍ରାପଡାରୁ ୬, ବାଲେଶ୍ବର,ଢେଙ୍କାନାଳ ଓ ସମ୍ବଳପୁରରୁ ୫ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହିତଭଦ୍ରକ ବୌଦ୍ଧ,ଜଗତସିଂହପୁର,ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଲଖାଏଁ ଓ କନ୍ଧମାଳ ଓ  କେଉଁଝରରୁ ୨ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି   ଓ ସୁନ୍ଦରଗଡର ଜଣେ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥଙ୍କ ମିଶାଇ ଓଡିଶାରେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୩୮୬୩ରେ।

ଆଜି ସକାଳେ  ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୫୩୦୩ ଛୁଇଁଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଖୋର୍ଦ୍ଧାର ହୋଇଥିବା ବେଳେ ନୟାଗଡରୁ ୧୩, ବାଲେଶ୍ବର ୧୩, କଟକ ୨୦, ଜଗତସିଂହପୁର ୧, ଅନୁଗୁଳ ୧, ଢେଙ୍କାନାଳ ୩, ଭଦ୍ରକ ୪, କଳାହାଣ୍ଡି ୬, କେନ୍ଦୁଝର ୨, ଗଂଜାମ ୩୨, ସୁନ୍ଦରଗଡ ୧୨, କେନ୍ଦ୍ରାପଡା ୧୦, ଝାରସୁଗୁଡା ୧, ବରଗଡ ୧, ବଲାଙ୍ଗିର ବ, ସମ୍ବଲପୁରରୁ ୫ ଜଣ ଏବଂ ଏନଡିଆରଏଫ୍ ଟିମରୁ ୨ଜଣ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.