ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଆସନ୍ତାକାଲି ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ଏଥିରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ଅପରାହ୍ନରେ ଭିଡିଓ କନଫରେନସିଂ ଜରିଆରେ ଶୁଣାଣି ଚାଲିଥିଲା । ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢୁଥିଲେ ଭାରତର ବହୁ ବଡ ବଡ ଓକିଲ ।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଶଙ୍କରାଚାର୍ଯ୍ୟଙ୍କ ପ୍ରସଙ୍ଗ ଉଠିଥିଲା । କାହିଁକି ଶଙ୍କରାଚାର୍ଯ୍ୟ ସାମ୍ନାକୁ ଆସିଲେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ଯ ବିଚାରପତି  ଏସ୍‌.ଏ ବୋବଡେ? କଣ ହେବ, କଣ ନହେବ ବିଚାର କ୍ଷମତା ଶଙ୍କରାଚାର୍ଯ୍ୟଙ୍କର ରହିଛି ବୋଲି କହିଥିଲେ ସଲିସେଟର ଜେନେରାଲ୍‌। ତେବେ ଶଙ୍କରାଚାର୍ଯ୍ୟଙ୍କୁ ସାମ୍ନାକୁ ଅଣାଯିବା କଥା ନୁହେଁ ବୋଲି କହିଥିଲେ ମୁଖ୍ଯ ବିଚାରପତି।

ଅପରପଟେ ପୂର୍ବରୁ ରଥଯାତ୍ରା ନକରିବାକୁ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ଏହା ପରେ ରାୟର ପୁନର୍ବିଚାର କରିବା ଲାଗି ୧୭ଟି ଆବେଦନ କରାଯାଇଥିଲା । ଯାହାର ଆଜି ଶୁଣାଣି ହୋଇଛି । ରଥଯାତ୍ରାକୁ କେବଳ ପୁରୀରେ ସୀମିତ ରଖାଗଲେ ରାଜ୍ୟ ସରକାର ରଥ ଗଡ଼ିବା ନେଇ ବ୍ୟବସ୍ଥା କରି ପାରିବେ ବୋଲି ଆବେଦନରେ କୁହାଯାଇଥିଲା । ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ଭଙ୍ଗ ନକରି ଶୃଙ୍ଖଳାର ସହ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ପରିଚାଳନା କମିଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ।

ଏମିତି କି ଶେଷ ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ ସୁପ୍ରିମ୍ କୋର୍ଟରେ ପକ୍ଷ ରଖି କୋଭିଡ୍‌କୁ ନେଇ ରାଜ୍ୟ ସକାର ସମସ୍ତ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ସହ ରଥଯାତ୍ରା ନେଇ କଥା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.