Below header

ଚାମଚରେ ସାପ ପାଣି ପିଉଥିବା କେବେ ଦେଖିଛନ୍ତି କି ? ତେବେ ଦେଖନ୍ତୁ ଭିଡିଓ

ସାପ ନାମ ଶୁଣିଲେ ଆପଣ ହୁଏତ ଡରିଯାଉଥିବେ। ଦୁନିଆରେ ଏମିତି କେତେକ ସାପ ରହିଛନ୍ତି, ଯାହା ଅତି ଭୟଙ୍କର। ଏମାନଙ୍କ ମଧ୍ୟରୁ କେତେକ ବିଷାକ୍ତ ହୋଇଥିବାବେଳେ ଆଉ କେତେକ ବିଷାକ୍ତ ହୋଇନଥାନ୍ତି। ଆପଣ ଇଣ୍ଟରନେଟରେ ସାପ କିମ୍ବା ସାପ ସହିତ ଜଡିତ ଅନେକ ବହୁତ ଭିଡିଓ ଦେଖିଥିବେ।

କିନ୍ତୁ ଏହି ଭିଡିଓ ଦେଖି ଆପଣ ନିଶ୍ଚିତ ଭାବେ ଚକିତ ହୋଇପଡିବେ। ଏହି ସାପ ଏମିତି ସେମିତି ସାପ ନୁହେଁ, କାରଣ ଏହି ସାପ ଇନଷ୍ଟାଗ୍ରାମରେ ବେଶ ପ୍ରସିଦ୍ଧ। ଯାହାକୁ ଲୋକ ‘ଲୋକି ଦ ସ୍ନେକ’ ନାମରେ ଜାଣନ୍ତି। ଇନଷ୍ଟାଗ୍ରାମରେ ‘ଲୋକି’ର ୧୦ ହଜାରରୁ ଅଧିକ ଫଲୋୟର୍ସ ରହିଛି। ଏହି ସାପର ଇନଷ୍ଟା ପେଜରୁ ଏହି ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ସାପ ଚାମଚରେ ପାଣି ପିଉଥିବା ନଜର ଆସିଛି।

ଏହି ଭିଡିଓକୁ ୧୩ ଜୁନରେ ଇନଷ୍ଟାରେ ସେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଯାହାକୁ ନେଇ ଅନେକ କମେଣ୍ଟ ମଧ୍ୟ ଆସିଛି। ଏହି ସାପ ଚାମଚରେ ପାଣି ପିଇବା ଛଡା ଅନେକ କାର୍ଯ୍ୟ ମଧ୍ୟ କରିପାରେ। ଏହା ଯେକୌଣସି ଜାଗାରେ ଲୁଚି ରହିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.