Below header

ଆସନ୍ତାକାଲି ରଥଯାତ୍ରା, ତିନି ରଥ ପାଇଁ ଆଜି ବିଜେ ହେଲା ଆଜ୍ଞାମାଳ

ପୁରୀ: ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ । ତିନି ବାଡ଼ରୁ ତିନି ରଥ ପାଇଁ ଆସିଛି ଆଜ୍ଞାମାଳ ।  ଆସନ୍ତାକାଲି ରଥଯାତ୍ରା । ତେଣୁ ସିଂହଦ୍ୱାର ପାଖକୁ ରଥ ଆଣିବାକୁ ସେବୟତମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆଣିଛନ୍ତି । ରଥଯାତ୍ରା ନେଇ ଆଶା ଉଜ୍ଜିବୀତ ହେବା ପରେ ଟିଭି ମାଧ୍ୟମରେ କାଳିଆ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି ।

ସେପଟେ ଅପରାହ୍ନରେ ବିଭିନ୍ନ ସେବାୟତ ନିଯୋଗ ସହ ବୈଠକ ବସିବ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଆସନ୍ତାକାଲି ହେବାକୁ ଥିବା ରଥଯାତ୍ରା ନେଇ ହେବ ଆଲୋଚନା । ସେପଟେ ପୁରୀ ବଡ଼ଦାଣ୍ଡରୁ ଉଠା ଦୋକାନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ଉଠାଇବା ପାଇଁ ଡାକବାଜି ଯନ୍ତ୍ରଯୋଗେ ପୁରୀ ପୌରପାଳିକା ପ୍ରଚାର କରିଛି। ରଥଯାତ୍ରା ପାଇଁ ପୂର୍ବରୁ ମଧ୍ୟ କିଛି ଉଠା ଦୋକାନ ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.