Below header

ଲକ୍‌ଡାଉନ୍‌ ସମୟରେ ନବମ ଶ୍ରେଣୀ ଛାତ୍ର କରି ଦେଖାଇଲେ କମାଲ୍‌, ଘରେ ତିଆରି କଲେ ମୋଟର ସାଇକେଲ୍‌

କେରଳ : କରୋନା ଭାଇରସ ପାଇଁ ବିଶ୍ୱର ସବୁଠି ଲକ୍‌ଡାଉନ୍‌ ଚାଲିଛି । ଭାରତ ମଧ୍ୟ ଏଥିରୁ ଛାଡ଼ ଯାଇନି । ଲୋକେ ଘରେ ଥାଇ ଟାଇମ୍‌ ପାସ୍‌ କରୁଥିବା ବେଳେ ଆଉ କେହି ଚିତ୍ର ଆଙ୍କି ତ କେହି ଗୀତ ଗାଇ ସମୟର ସଦୁପଯୋଗ କରୁଛନ୍ତି ।

ଆଉ କେହି ଓ୍ଵାର୍କ ଫ୍ରମ୍‌ ହୋମ୍‌ ବା ଘରେ ଥାଇ ଅଫିସ୍‌ କାମରେ ବ୍ୟସ୍ତ । ଏହି ସମୟରେ ଜଣେ ନବମ ଶ୍ରେଣୀ ଛାତ୍ର ଲକ୍‌ଡାଉନ୍‌ ସମୟର ପୂର୍ଣ୍ଣ ଉପଯୋଗ କରିଛନ୍ତି ଗବେଷଣାରେ ।

ଏହି ଛାତ୍ର ଜଣକ ଘରେ ଥାଇ ଏକ ମୋଟର ସାଇକେଲ୍‌ ନିର୍ମାଣ କରିପାରିଛନ୍ତି । ଛାତ୍ର ଜଣକ କେରଳ ଏସ୍‌ଡିପିଓ୍ଵାଇ ହାଇସ୍କୁର ଜଣେ ନବମ ଶ୍ରେଣୀର ଛାତ୍ର । ତାଙ୍କର ନାମ ହେଉଛି ଅରଶଦ୍‌ ହାସିମ୍‌ ।

ସେ କୋଚିର ପଲ୍ଲରୁଥିରେ ରୁହନ୍ତି । ବାପାଙ୍କର ଏକ ବାଇକ୍‌ ଗ୍ୟାରେଜ୍‌ ରହିଥିବା ବେଳେ ସେଥିରୁ ସ୍କ୍ରାପ୍‌ ସଂଗ୍ରହ କରି ସେ ଏହି ବାଇକ୍‌ଟି ନିର୍ମାଣ କରିଛନ୍ତି । ଏହି ବାଇକ୍‌ର ସିଟ୍‌ରେ ଏକ ପେଟ୍ରୋଲ୍‌ ପମ୍ପ୍‌ ମଧ୍ୟ ଜୋଡା ଯାଇଛି ।

bike-1

ଯେଉଁଥିରେ ଏକ ଲିଟର ଯାଏ ତେଲ ରହିପାରିବ । ଏହି ବାଇକ୍‌ର ଟାଙ୍କିରେ ଥରେ ତେଲ ଭରିଲେ ୫୦ କି.ମି ଯାଏ ଏହା ଯାଇ ପାରିବ । ସବୁଠାରୁ ବଡ଼ କଥା ହେଉଛି ଏହି ବାଇକ୍‌ରେ ସେମିତି କିଛି ଖର୍ଚ୍ଚ ହୋଇନାହିଁ । ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚରେ ଛାତ୍ର ଜଣକ ଏହି ବାଇକ୍‌କୁ ନିର୍ମାଣ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ମୋଟର ସାଇକେଲ୍‌ ନିର୍ମାଣ କରିବା ପରେ ଅରଶଦ୍‌ କହିଛନ୍ତି ଯେ ବହୁ ଦିନ ଧରି ତାଙ୍କର ଏକ ମୋଟର ସାଇକେଲ୍‌ ନିର୍ମାଣ କରିବାର ଇଚ୍ଛା ଥିଲା । ବାପାଙ୍କ ଗ୍ୟାରେଜ୍‌ରେ ଏକ ପାଇପ୍‌ ଓ ମୋଟର ବାଇକ୍‌ର ଇଞ୍ଜିନ୍‌ ଦେଖିବା ପରେ ମୋର ଇଚ୍ଛା ଆହୁରି ମଜଭୁତ ହୋଇଗଲା ।

ତେବେ ବାପା ପ୍ରଥମେ ମୋତେ ଏହି କାମ ପାଇଁ ପାଟି କରିଥିଲେ ମଧ୍ୟ ପରେ ସହଯୋଗ କରିଥିଲେ । ଏହି ମୋଟର ସାଇକେଲ୍‌କୁ ନିର୍ମାଣ କରିବା ପାଇଁ ମୋତେ ଦେଢ଼ ମାସ ଲାଗିଛି ବୋଲି ଅରଶଦ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.