Below header

ମୌସୁମୀ ଯୋଗୁ ସାଂଘାତିକ ହୋଇପାରେ କରୋନା ସ୍ଥିତି, ଜାଣନ୍ତୁ ବର୍ଷା ହେଲେ କେତେ ବଢ଼ିବ ସଂକ୍ରମଣ

କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଏହି ରୋଗର ଔଷଧ କିମ୍ବା ଟୀକା ବାହାରିନଥିବାରୁ ସଂକ୍ରମଣ ବଢ଼ୁଛି। ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ସରକାର ମଧ୍ୟ ଲକ୍‌ଡାଉନ୍‌ ଓ ସଟଡାଉନ୍‌ ବଢ଼ାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଇତି ମଧ୍ୟରେ ବୈଜ୍ଞାନିକମାନେ କରୋନାକୁ ନେଇ ଏକ ନୂଆ କଥା କହିଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ ବର୍ଷା ଦିନେ ଏହି ଘାତକ ଭାଇରସ୍‌ର ସଂକ୍ରମଣର ଆଶଙ୍କା ଅଧିକ।

CeGaT Offers Corona Antibody Test - CeGaT GmbH

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ବର୍ଷା ଓ ମୌସୁମୀ ସ୍ଥିତିରେ ବାୟୁମଣ୍ଡଳରେ ହ୍ୟୁମିଡିଟିର ପରିମାଣ ବଢ଼ିଯାଏ। ଫଳରେ ପବନର ଘନତ୍ୱ ବଢ଼ିଯାଏ। ଏଭଳି ସ୍ଥିତିରେ ଯେକୌଣସି ଭାଇରସ୍‌ ଗରମ ଦିନ ତୁଳନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଜୀବିତ ରହିପାରେ। ଏଣୁ ବର୍ଷା ଋତୁରେ କରୋନା ସଂକ୍ରମଣ ବଢ଼ିବ ବୋଲି ସ୍ୱାସ୍ଥ୍ୟବିତ୍‌ ମତ ଦେଇଛନ୍ତି। ଅନ୍ୟ ଦିନ ତୁଳନାରେ ବର୍ଷାଦିନେ ଏମିତିରେ ବି ଅଧିକ ରୋଗ ହୋଇଥାଏ। ତେଣୁ ଏହି ଋତୁରେ ଅଧିକ ସାବଧାନତା ଅବଲମ୍ବନ କରିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

Heavy monsoon rain kills 24 people in Pakistan - The Statesman

ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡର ଏକ ରିସର୍ଚ୍ଚ ମୁତାବକ ଏହି ଭାଇରସ ସହ ଜଡ଼ିତ କେତେକ ମାମଲାରେ ୧୭ ଦିନ ପରେ ବି କରୋନା ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଏକ୍ସପର୍ଟଙ୍କ ଅନୁସାରେ ଏଭଳି ସ୍ଥିତିରେ ବର୍ଷା ପାଣି ସଂସ୍ପର୍ଶରେ ଆସିବା ପରେ କରୋନା ଭଲ ହୋଇଯିବ କି ଆହୁରି ଅଧିକ ବ୍ୟାପିବ ତାହା ଜଣାପଡ଼ିନାହିଁ। ଅନ୍ୟପଟେ ସିଙ୍ଗାପୁର ଓ ଇଣ୍ଡୋନେସିଆ ଭଳି ଦେଶ ଯେଉଁଠାରେ ପ୍ରତିବର୍ଷ ବର୍ଷା ହେଉଛି ସେଠାରେ ବି କରୋନା ସଂକ୍ରମଣ ବଢ଼ୁଛି। ତେଣୁ ଭାରତରେ ବି ଏବେ ଠୁ ସଚେତନ ହେବା ଜରୁରୀ, ନଚେତ୍‌ ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.