Below header

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଜୀଅନ୍ତା ପୋଡ଼ି ମାରିବା ଘଟଣା, ୧୭ଜଣଙ୍କୁ ଆଜୀବନ ଜେଲଦଣ୍ଡ

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ନିଆଁ ଲଗାଇ ଜୀଅନ୍ତା ପୋଡ଼ି ମାରିବା ଘଟଣାରେ ୧୭ଜଣଙ୍କୁ ଆଜୀବନ ଜେଲଦଣ୍ଡ। ୨୦୨୦ ଜୁଲାଇରେ ଯାଜପୁର ରୋଡ ସୁରସାହିରେ ଘଟିଥିବା ଲୋମହର୍ଷକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି ।

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ନିଆଁ ଲଗାଇ ଜୀଅନ୍ତା ପୋଡ଼ି ମାରିବା ଘଟଣାରେ ୧୭ଜଣଙ୍କୁ ଆଜୀବନ ଜେଲଦଣ୍ଡ। ୨୦୨୦ ଜୁଲାଇରେ ଯାଜପୁର ରୋଡ ସୁରସାହିରେ ଘଟିଥିବା ଲୋମହର୍ଷକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୧୭ ଜଣଙ୍କୁ ଜେଲଦଣ୍ଡାଦେଶ କରିଛନ୍ତି।

୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାହିରେ ଘଟିଥିଲା ବର୍ବର ହତ୍ୟା। ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜ୍ ଘରେ ଶୋଇଥିବା ବେଳେ ହଠାତ ବିଳମ୍ବିତ ରାତିରେ ଗାଁର କିଛି ଯୁବକ ସେଠାରେ ପହଞ୍ଚିଥିଲେ। ଶୈଳ ଓ ସମ୍ବାରି ଗୁଣିଗାରେଡି କରୁଥିବା ଅଭିଯୋଗ ଆଣି ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଘରେ ନିଆଁ ଲଗେଇ ଦେଇଥିଲେ ।

ଦମ୍ପତି ଦୁଇଜଣ ଘରୁ ନବାହାରି ପାରି ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ l ଏହି ଘଟଣାରେ ୧୭ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା କଳିଙ୍ଗନଗର ଥାନା ପୋଲିସ। ୩ ବର୍ଷ ପରେ ଆଜି ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହୃଷିକେଶ ଆଚାର୍ଯ୍ୟ । ୨୦ଜଣ ବ୍ୟକ୍ତିଙ୍କ ସାକ୍ଷ୍ୟଗ୍ରହଣ ପରେ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.