ଡାକ୍ତରୀ ପେସା, ବେପାର ନିଶା : ବ୍ରାଉନସୁଗର ବେପାରୀ ଗିରଫ, ୨.୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଯାଜପୁର ପୋଲିସ ହାତରେ ଧରା ପଡ଼ିଲା ବ୍ରାଉନସୁଗର ବେପାରୀ। ବ୍ରାଉନ ସୁଗାର କାରବାର ଅଭିଯୋଗରେ  ୩ଜଣଙ୍କୁ ଗିରଫ କଲା ଯାଜପୁର ପୋଲିସ।

ଯାଜପୁର ଟାଉନ :  ଯାଜପୁର ପୋଲିସ ହାତରେ ଧରା ପଡ଼ିଲା ବ୍ରାଉନସୁଗର ବେପାରୀ। ବ୍ରାଉନ ସୁଗାର କାରବାର ଅଭିଯୋଗରେ  ୩ଜଣଙ୍କୁ ଗିରଫ କଲା ଯାଜପୁର ପୋଲିସ। ସେମାନଙ୍କ ଠାରୁ ୨୫.୨ଗ୍ରାମର ବ୍ରାଉନସୁଗର ସହ ୪ଟି ମୋବାଇଲ ଜବତ କରିଛି ପୋଲିସ ।
ଯାହାର ଆନୁମାନିକ ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ବ୍ରାଉନସୁଗର ବ୍ୟବସାୟର ମାଷ୍ଟର ମାଇଣ୍ଡ  ଜଣେ ଡାକ୍ତର ଥିବା ଜଣାପଡ଼ିଛି। ଏହି ଡାକ୍ତର ଜଣକ ହେଉଛନ୍ତି  ନିଗମାନନ୍ଦ ଖଟୁଆ।
ସେ ମହାବୀର ଛକରେ ଏକ କ୍ଲିନିକ କରି ନିଜର ଏହି ରାକେଟ ଚଳାଇ ଆସୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.