ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲା: ୭ ମାସ ପରେ ଜେଲ୍‌ରୁ ବାହାରିଲେ ସମର ସିଂ

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂ ୭ ମାସ ପରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲ୍‌ ବାହାରେ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ। କିନ୍ତୁ ସମର୍ଥକମାନଙ୍କ ଗହଣରେ ସମର ସିଂ ନିଜ ମୁହଁ ଲୁଚାଉଥିବାର ନଜର ଆସିଥିଲେ।

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂ ୭ ମାସ ପରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲ୍‌ ବାହାରେ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ। କିନ୍ତୁ ସମର୍ଥକମାନଙ୍କ ଗହଣରେ ସମର ସିଂ ନିଜ ମୁହଁ ଲୁଚାଉଥିବାର ନଜର ଆସିଥିଲେ। ଏପରି କି, ସେ ମିଡିଆକୁ ମଧ୍ୟ ଅଣଦେଖା କରିଥିଲେ।

ନିକଟରେ ହାଇକୋର୍ଟ ସମର ସିଂଙ୍କ ଜାମିନ୍‌ ଆବେଦନକୁ ମଞ୍ଜୁର କରିଥିଲେ। ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ସମର ମୁଖ୍ୟ ଅଭିଯୁକ୍ତ ଥିଲେ। ପୋଲିସ ତଦନ୍ତରେ ଜଣାପଡ଼ିଥିଲା ଯେ ଆକାଂକ୍ଷା ଓ ସମର ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ଯଦିଓ ଅଭିନେତ୍ରୀଙ୍କ ମା’ ଦୁହେଁ ରିଲେସନରେ ଥିବା କଥାକୁ ମନା କରିଥିଲେ।

କହି ରଖୁଛୁ ଯେ ୨୦୨୩ ମାର୍ଚ୍ଚରେ ବାରାଣସୀର ଏକ ହୋଟେଲ କୋଠରୀରୁ ଆକାଂକ୍ଷା ଦୁବେଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ମୃତ୍ୟୁରେ ଭୋଜପୁରୀ ଇଣ୍ଡଷ୍ଟ୍ରୀ ପୂରା ସ୍ତବ୍ଧ ହୋଇଯାଇଥିଲା।

ଆକାଂକ୍ଷାଙ୍କ ମା’ ମଧୁ ଦୁବେ ଅଭିଯୋଗ କରିଥିଲେ କି, ସମର ଓ ତାଙ୍କ ଭାଇ ସଞ୍ଜୟ ସିଂ ତାଙ୍କ ଝିଅକୁ ହତ୍ୟା କରିଛନ୍ତି। ସଞ୍ଜୟ ଆକାଂକ୍ଷାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମଧୁ ଦୁବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସରେ ଅଭିଯୋଗ କରିଥିଲେ। ଯୋଗୀ ସରକାରଙ୍କ ନିକଟରେ ମଧ୍ୟ ସେ ସମରଙ୍କୁ ଫାଶୀ ଦେବାକୁ ଦାବି କରିଥିଲେ।

You might also like