ବଂଶଧାରା ନଦୀରେ ଭାସି ୨ନିଖୋଜ
ରାୟଗଡ଼ା ଜିଲ୍ଲା ଗୁଣପୁରର ଚନ୍ଦ୍ରପୁର ଠାରେ ଅଘଟଣ। ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଗଲେ ଦୁଇଜଣ।
କେନ୍ୟୁଜ୍(ବ୍ୟୁରୋ): ବଂଶଧାରା ନଦୀରେ ଭାସି ୨ନିଖୋଜ। ରାୟଗଡ଼ା ଜିଲ୍ଲା ଗୁଣପୁରର ଚନ୍ଦ୍ରପୁର ଠାରେ ଅଘଟଣ। ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଗଲେ ଦୁଇଜଣ। ଏମାନଙ୍କ ମଧ୍ୟରେ ଜଣେ ୯ବର୍ଷର ନାବାଳକ ଓ ଅନ୍ୟ ଜଣକ ୧୦ବର୍ଷର ନାବାଳିକା ରହିଛନ୍ତି।
ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ବୋଲି ଜଣାପଡିଛି। ଦୁଇଜଣଙ୍କୁ ଠାବ କରିବାକୁ ସ୍ଥାନୀୟଲୋକଙ୍କ ସହ ଚନ୍ଦ୍ରପୁର ଦମକଳ ବାହିନୀ ଉଦ୍ୟମ କରିଥିଲେ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରିନାହିଁ।…