Below header

‘ୟାରିୟାଁ ୨’ର ପ୍ରଥମ ଗୀତ ରିଲିଜ୍‌, ଅକ୍ଟୋବର ୨୦ରେ ମୁକ୍ତିଲାଭ କରିବ ଫିଲ୍ମ

ଅକ୍ଟୋବର ୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ୟାରିୟାଁ ୨’ ଏହାର ପ୍ରଥମ ଗୀତ ‘ସୋରେ ଘର’ ଆଜି ରିଲିଜ୍‌ କରିଛି । ଗୀତଟିକୁ ଶୁଣିବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଛନ୍ତି ।

ଅକ୍ଟୋବର ୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ୟାରିୟାଁ ୨’ ଏହାର ପ୍ରଥମ ଗୀତ ‘ସୋରେ ଘର’ ଆଜି ରିଲିଜ୍‌ କରିଛି । ଏହା ବର୍ଷର ସବୁଠାରୁ ସୁନ୍ଦର ମ୍ୟୁଜିକାଲ୍‌ ଏକ୍ସଟ୍ରାଭାଗାଞ୍ଜା ହୋଇଛି, ଯାହାକୁ ଶୁଣିବା ମାତ୍ରେ ଡ୍ୟାନ୍ସ ଫ୍ଲୋରରେ ନାଚିବାକୁ ମନ ହେବ । ତେବେ ଗୀତଟିକୁ ଶୁଣିବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଛନ୍ତି ।

‘ସୋରେ ଘର’ ଗୀତଟିକୁ ମନନ ଭରଦ୍ୱାଜ ଲେଖିଛନ୍ତି ଏବଂ ବିଶାଲ ମିଶ୍ର ଓ ନୀତି ମୋହନ ଏହାକୁ ଗାଇଛନ୍ତି । ଏହି ଗୀତ ସମସ୍ତ ବୟସର ଲୋକଙ୍କୁ ଭଲ ଲାଗିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି।

‘ୟାରିୟାଁ ୨’ର ଗୀତ ‘ସୋରେ ଘର’ ବର୍ତ୍ତମାନ ଟି-ସିରିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି । ଗୁଲଶାନ କୁମାର, ଟି-ସିରିଜ୍‌, ରାଓ ଏବଂ ସାପ୍ରୁଙ୍କ ପ୍ରଡକ୍ସନରେ ‘ୟାରିୟାଁ ୨’ ଫିଲ୍ମ ନିର୍ମାଣ ହୋଇଛି ।

‘ୟାରିୟାଁ ୨’ରେ ଦିବ୍ୟା ଖୋସଲା କୁମାର, ମେଜାନ ଜାଫ୍ରି, ପଲ୍ଲବୀ ପୁରୀ, ୟଶ ଦାଶଗୁପ୍ତା, ଅନସ୍ୱାରା ରାଜନ, ଓ୍ଵାରିନା ହୁସେନ, ପ୍ରିୟା ଓ୍ଵାରିଅର ପ୍ରମୁଖ କଳାକାର ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଭୂଷଣ କୁମାର, ଦିବ୍ୟା କୁମାର ଓ ଆୟୁଷ ମହେଶ୍ୱରୀଙ୍କ ଦ୍ୱାରା ନିର୍ମିତ । ଏହାସହ ରାଧିକା ରାଓ ଓ ବିନୟ ସାପ୍ରୁଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ତିଆରି ହୋଇଛି । ଏହି ଫିଲ୍ମ ଅକ୍ଟୋବର ୨୦ରେ ସିନେମା ହଲ୍‌ରେ ରିଲିଜ୍‌ ହେବ । ଏହାର ପ୍ରଥମ ଗୀତ ଶୁଣିବା ପରେ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.