ମୋମୋ ବିକି ୨୦୦୦ କୋଟି ରୋଜଗାର, ଦିନେ ରାସ୍ତା କଡରୁ ଆରମ୍ଭ କରିଥିଲେ ମୋମୋ ବିକା, ଆଜି ଦୁଇ ହଜାର କୋଟି ଟଙ୍କାର ମାଲିକ

ଆପଣଙ୍କୁ ମୋମୋ କେତେ ପସନ୍ଦ । ଅନ୍ୟମାନଙ୍କ ଭଳି ଆପଣଙ୍କୁ ବି ମୋମୋ ଖାଇବାକୁ ପସନ୍ଦ ନା । ଏବେ ତ ପିଲାଠୁ ନେଇ ବଡ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୋମୋ ଖାଇବାକୁ ଖୁବ୍‌ ପସନ୍ଦ କରୁଛନ୍ତି ।

ଆପଣଙ୍କୁ ମୋମୋ କେତେ ପସନ୍ଦ । ଅନ୍ୟମାନଙ୍କ ଭଳି ଆପଣଙ୍କୁ ବି ମୋମୋ ଖାଇବାକୁ ପସନ୍ଦ ନା । ଏବେ ତ ପିଲାଠୁ ନେଇ ବଡ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୋମୋ ଖାଇବାକୁ ଖୁବ୍‌ ପସନ୍ଦ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟର ମୋମୋ ପ୍ରତି ଲୋକଙ୍କ ଭଲପାଇବା ଖୁବ୍ ବଢ଼ିଯାଇଛି। ବିଶେଷ କରି ଯୁବପିଢ଼ିଙ୍କ କ୍ଷେତ୍ରରେ ମୋମୋ ଖାଇବାର ଇଚ୍ଛା ଖୁବ୍ ଅଧିକ ବଢ଼ିଯାଇଛି। ମୋମୋ ଏବେ ପିଜା, ବର୍ଗର ପରି ଖାଦ୍ୟ ସହ ଟକ୍କର ଦେଉଛି। ରାସ୍ତାକଡ଼ର ମୋମୋ କଥା ଛାଡ଼ନ୍ତୁ, ଆପଣ ଅଧିକାଂଶ ସ୍ଥାନରେ ‘ୱାଓ ମୋମ‌ୋ’ର ହୋର୍ଡିଂ ଦେଖିଥିବେ କିମ୍ବା ଖାଇଥିବେ ମଧ୍ୟ। କିନ୍ତୁ ଆପଣ ବୋଧହୁଏ ଜାଣିନାହାଁନ୍ତି ଏହି ‘ୱାଓ ମୋମ‌ୋ’ ପ୍ରତିଷ୍ଠାତାଙ୍କ କାହାଣୀ ବଡ଼ ପ୍ରେରଣାଦାୟକ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶ ସାରା କେବଳ ମୋମୋ ବିକ୍ରି କରି ୨୦୦୦ କୋଟି ଟଙ୍କାର କମ୍ପାନି ଛିଡ଼ା କରି ଦେଇଛନ୍ତି ଏହାର ମାଲିକ ।

ସବୁ ବାପାମାଆଙ୍କର ସ୍ୱପ୍ନ ଥାଏ ନିଜ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସେମାନଙ୍କ କ୍ୟାରିୟର୍‌ କିପରି ଭଲ ହେଉ । ସମସ୍ତେ ଭାବନ୍ତି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କିମ୍ବା ଅନ୍ୟ କୌଣସି ବଡ଼ ଚାକିରି କଲେ ସେମାନଙ୍କ ପିଲା ବଡ଼ଲୋକ ପାଲଟିଯିବେ। ମାତ୍ର ଜରୁରୀ ନୁହେଁ ଯେ ବଡ଼ଲୋକ ହେବା ପାଇଁ ଏକ ଚାକିରିର ସର୍ବଦା ଆବଶ୍ୟକତା ରହିଥାଏ। ବ୍ୟବସାୟ କରି ଅନେକ ଲୋକ ଛୋଟରୁ ବଡ଼ ହୋଇଛନ୍ତି। ‘ୱାଓ ମୋମ‌ୋ’ର ପ୍ରତିଷ୍ଠାତା ସାଗର ଦର୍ଯ୍ୟାନି ହେଉଛନ୍ତି ଏହାର ଏକ ଜ୍ବଳନ୍ତ ଉଦାହରଣ।

ସମସ୍ତଙ୍କ ପରି ସାଗର ଦର୍ଯ୍ୟାନିଙ୍କ ବାପାମାଆ ବି ଚାହୁଁଥିଲେ ଯେ ତାଙ୍କ ପୁଅ ପାଠ ପଢ଼ି ଭଲ ଚାକିରି କରି ବଡ଼ ମଣିଷ ହେଉ। ହେଲେ ସାଗରଙ୍କ ମନରେ ଆଉ କିଛି ଚ‌ାଲୁଥିଲା। ସେ କୋଲକାତାର ‌ସେଣ୍ଟ୍‌ ଜାଭିର୍ୟସ କଲେଜରେ ଗ୍ରାଜୁଏସନ୍‌ କରିବା ପରେ ମୋମୋ ବିକ୍ରି କରିବା କଥା ତାଙ୍କ ମୁଣ୍ଡରେ ପଶିଲା। ପ୍ରଥମେ ଏକ ‌ଛୋଟିଆ ଷ୍ଟଲ୍‌ କରି ମୋମୋ ବିକ୍ରି କରୁ କରୁ ୨୦୦୮ ମସିହାରେ ସାଗର ଦର୍ଯ୍ୟାନି ‘ୱାଓ ମୋମ‌ୋ’ ପ୍ରତିଷ୍ଠା କରିଥିଲେ। ପ୍ରଥମରୁ ତ ସାଗରଙ୍କ ମୋମୋ ବିକିବା ନେଇ ତାଙ୍କ ବାପାମାଆ ସଂକୋଚ ଅନୁଭବ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଏହାକୁ ଏକ ଫୁଡ୍ ଚେନ୍ ଭାବେ ପ୍ରସ୍ତୁତ କଲେ। ଧୀରେ ଧୀରେ ବ୍ୟବସାୟକୁ ବଢ଼ାଇ ୨୦୦୦ କୋଟି ଟଙ୍କାର କମ୍ପାନି କରି ଛିଡ଼ା କରାଇବାରେ ସମର୍ଥ ହେଲେ ସାଗର।

ୱାଓ ମୋମୋ ଏକ ଛୋଟ ଦୋକାନରୁ ଆରମ୍ଭ ହୋଇ ଆଜି ସାରା ଦେଶରେ ବ୍ୟାପିଛି ଏବଂ ଏହି ଭାରତୀୟ କମ୍ପାନୀ ମ୍ୟାକଡୋନାଲ୍ଡ, କେଏଫସି, ଡୋମିନୋଜ ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ ସହ ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଛି। ଦେଶର ୨୬ଟି ରାଜ୍ୟରେ ଏହାର ୬୦୦ରୁ ଅଧିକ ଆଉଟଲେଟ୍ ଅଛି ଏବଂ ଏହା ମାଧ୍ୟମରେ ପ୍ରତିଦିନ ୬ ଲକ୍ଷରୁ ଅଧିକ ମୋମୋ ବିକ୍ରି ହେଉଛି | ସାଗରଙ୍କ ମୋମୋ କମ୍ପାନିର ଆନୁମାନିକ ବଜାର ମୂଲ୍ୟ ୨୦୦୦କୋଟି ଟଙ୍କା ଅତିକ୍ରମ କରିଛି। ସେ ଏହି ଆଉଟଲେଟ୍ ମାଧ୍ୟମରେ ବହୁ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି। ତେଣୁ କୌଣସି କାମକୁ ଛୋଟ ଭାବନ୍ତୁନାହିଁ, କର୍ମ କରିଚାଲନ୍ତୁ ଆଉ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ ଆପଣଙ୍କ ପରିଶ୍ରମର ଫଳ ଦିନେ ଆପଣ ନିଶ୍ଚୟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.