ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ରକ୍ଷାବନ୍ଧନ ଉପହାର, ୪୮ ଘଣ୍ଟା ମାଗଣା ବସ୍‌ ଯାତ୍ରା କରିପାରିବେ ରାଜ୍ୟର ମହିଳା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷାବନ୍ଧନ ଉପଲକ୍ଷେ ମହିଳାମାନଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ରକ୍ଷାବନ୍ଧନ ଦିନ ୟୁପିର ସରକାରୀ ବସ୍‌ଗୁଡ଼ିକରେ ମହିଳାମାନେ ମାଗଣା ଯାତ୍ରା କରିପାରିବେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷାବନ୍ଧନ ଉପଲକ୍ଷେ ମହିଳାମାନଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ରକ୍ଷାବନ୍ଧନ ଦିନ ୟୁପିର ସରକାରୀ ବସ୍‌ଗୁଡ଼ିକରେ ମହିଳାମାନେ ମାଗଣା ଯାତ୍ରା କରିପାରିବେ। ସିଏମ୍‌ ଯୋଗୀ ସୋସିଆଲ ମିଡିଆ ସାଇଟ୍‌ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ଏ କଥା ଘୋଷଣା କରିଛନ୍ତି।

ପୋଷ୍ଟ ଅନୁସାରେ, ରକ୍ଷାବନ୍ଧନ ଅବସରରେ ମହିଳାମାନେ ସରକାରୀ ବସ୍‌ରେ ମାଗଣା ଯାତ୍ରାର ସୁବିଧା ପାଇପାରିବେ। ରାଜ୍ୟର ମା’, ଭଉଣୀ ଏବଂ ଝିଅମାନଙ୍କ ପାଇଁ ଅଗଷ୍ଟ ୨୯ ତାରିଖ ରାତି ୧୨ରୁ ଅଗଷ୍ଟ ୩୧ ରାତି ୧୨ଟା ପର୍ଯ୍ୟନ୍ତ ସରକାରୀ ବସ୍‌ରେ ନିଃଶୁକ୍ଳ ଯାତ୍ରା ସୁବିଧା ପ୍ରଦାନ କରାଯିବ।

ଏହି ନିଃଶୁଳ୍କ ସେବା ୪୮ ଘଣ୍ଟା ପାଇଁ ଉପଲବ୍ଧ ରହିବ। ତେବେ ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମହିଳାମାନଙ୍କୁ ମାଗଣା ବସ୍‌ ଯାତ୍ରାର ଉପହାର ଭେଟି ଦେଇଛନ୍ତି। ଗତ କିଛି ବର୍ଷ ହେବ ରାକ୍ଷୀ ଅବସରରେ ଯୋଗୀ ଏହି ସୁବିଧା ପ୍ରଦାନ କରି ଆସୁଛନ୍ତି। କହି ରଖୁଛୁ କି, ଚଳିତ ବର୍ଷ ରାକ୍ଷୀବନ୍ଧନ ଉତ୍ସବ ଅଗଷ୍ଟ ୩୦ ଏବଂ ୩୧ରେ ପାଳନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.