Below header

ଚାଳିଶ ମିନିଟ୍‌ ଅଚଳ ଡଙ୍ଗାରେ ମଝି ଚିଲିକାରେ ଅଟକିଲେ, ଡରିଗଲେ ଯାତ୍ରୀ, ମତ୍ସ୍ୟଜୀବୀ କଲେ ଉଦ୍ଧାର

ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛାନିଆଁ ହୋଇଗଲେ । ନା ଆଗକୁ ନା ପଛକୁ ଯାଇ ହେଉଥାଏ

ବ୍ରହ୍ମଗିରି (କେନ୍ୟୁଜ୍‌) : ମଝି ଚିଲିକାରେ ଅଟକି ଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛାନିଆଁ ହୋଇଗଲେ । କାରଣ ନା ଆଗକୁ ନା ପଛକୁ ଯାଇ ହେଉଥାଏ । ଡଙ୍ଗାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଏବଂ ୧୫ଟି ବାଇକ୍‌ ରହିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଫସିଗଲା ମଝି ଦରିଆରେ । ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦକୁ ଯାତ୍ରୀ ନେଇ ଯାଉଥଲା । ଅଚାନକ ଡଙ୍ଗା ମେସିନରେ କିଛି ତ୍ରୁଟି ଦେଖାଦେଲା । ମେସିନର ଫ୍ୟାନଟି ଭାଙ୍ଗି ଯିବା ଫଳରେ ଡଙ୍ଗା ଆଗକୁ ଯାଇ ପାରିଲା ନହିଁ ।

ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଯାତ୍ରୀବାହୀ ଡଙ୍ଗାଟି ଚିଲିକା ମଝିରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଫସି ରହିଥିଲା । ପରେ ମଏସା ଗାଁର କିଛି ମତ୍ସ୍ୟଜୀବୀ ଖବର ପାଇ ଡଙ୍ଗା ଧରି ସେଠାରେ ପହଞ୍ଚିଥିଲେ । ଆଉ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ସେମାନେ ନିଜ ଡଙ୍ଗା ସହ ଏହି ଅଚଳ ଡଙ୍ଗାକୁ ବାନ୍ଧି କୂଳରେ ଲଗାଇଥିବା ଜଣାପଡିଛି ।

ଚିଲିକାରେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

BOAT-2

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.