ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣା: ଆଭ୍ୟନ୍ତରୀଣ ବୈଠକରେ ଉଭୟ ପକ୍ଷକୁ ଜେରା

ସମ୍ବଲପୁର ବିଶ୍ବବିଦ୍ୟାଳୟର ମହିଳା ସହକାରୀ ପ୍ରଫେସର ରୋଶନୀ କୁଜୁରଙ୍କୁ ସହକାରୀ ପ୍ରଫେସର ରଜତ କୁଜୁର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ସମ୍ବଲପୁର(କେନ୍ୟୁଜ୍): ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ବୈଠକ। ସମ୍ବଲପୁର ବିଶ୍ବବିଦ୍ୟାଳୟର ମହିଳା ସହକାରୀ ପ୍ରଫେସର ରୋଶନୀ କୁଜୁରଙ୍କୁ ସହକାରୀ ପ୍ରଫେସର ରଜତ କୁଜୁର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଆଜି ବିଶ୍ୱବିଦ୍ୟାଳୟର ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ୯ ଜଣ ସଦସ୍ୟ ରହିଥିଲା।

ବୈଠକରେ ଉଭୟ ପକ୍ଷକୁ ଡାକି ଜେରା କରାଯାଇଛି। ଜେରା ସମୟରେ ସହକାରୀ ପ୍ରଫେସର ରଜତ କୁଜୁରଙ୍କୁ ୩ଟି ପ୍ରଶ୍ନ ପଚରା ଯାଇଥିଲା। ସେହିପରି ମହିଳା ସହକାରୀ ପ୍ରଫେସର ରୋଶନୀ କୁଜୁରଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା। ମାମଲା ବର୍ତ୍ତମାନ ତଦନ୍ତ ପରିସର ରହିଥିବା କମିଟି ଅଧ୍ୟକ୍ଷା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.