Below header

ନିମ୍ନମାନର କାମ କରି ୩୪ ଲକ୍ଷ ୧୪ ହଜାର ଟଙ୍କା ହଡପ: ରାଉରକେଲାରୁ ବନ୍ଧା ହେଲେ ଠିକାଦାର ବାପପୁଅ,

ସ୍ପେଶାଲ କ୍ଲାସ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଠାରୁ ପାୱାର ଅଫ ଅଟର୍ଣ୍ଣି ନେଇଥିବା ପୁଅ ଦୀପକ ଅଗ୍ରୱାଲ ଗିରଫ । ସୁବର୍ଣ୍ଣପୁର ଜିଲ୍ଲାରେ ଅନୁସୂଚିତ ଜାତି ପିଲାଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ୪ ହଷ୍ଟେଲ ନିର୍ମାଣରେ ବ୍ୟାପକ ଅନିୟମିତତା ।

କେନ୍ୟୁଜ୍(ବ୍ୟୁରୋ):  ବାହାର ଚକାଚକ । ଭିତରେ ଫାଟ । ନିମ୍ନମାନର ଛାତ, କାନ୍ଥ ଓ ଫ୍ଲୋରିଂରେ ଫାଟ । ଡ୍ରେନେଜ୍, ସାନିଟାରୀ ଏବଂ ଇଲେଟ୍ରିକ କାମ ବି ଅତି ନିମ୍ନମାନର । ରାଉରକେଲାରୁ ବନ୍ଧା ହେଲେ ଠିକାଦାର ବାପପୁଅ । ସ୍ପେଶାଲ କ୍ଲାସ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଠାରୁ ପାୱାର ଅଫ ଅଟର୍ଣ୍ଣି ନେଇଥିବା ପୁଅ ଦୀପକ ଅଗ୍ରୱାଲ ଗିରଫ । ସୁବର୍ଣ୍ଣପୁର ଜିଲ୍ଲାରେ ଅନୁସୂଚିତ ଜାତି ପିଲାଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ୪ ହଷ୍ଟେଲ ନିର୍ମାଣରେ ବ୍ୟାପକ ଅନିୟମିତତା । ନିମ୍ନମାନର କାମ କରି ୩୪ ଲକ୍ଷ ୧୪ ହଜାର ଟଙ୍କା ହଡପ ଅଭିଯୋଗରେ କଟକ ଭିଜିଲାନ୍ ସ ସେଲ୍ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ସରକାରୀ ଅଧିକାରୀଙ୍କ ଭୂମିକା କଣ ରହିଛି ସେନେଇ ମଧ୍ୟ ଭିଜିଲାନ୍ସ ତଦନ୍ତ ଚଳାଇଛି ।

 କେବିକେ ଜିଲ୍ଲାରେ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ହଷ୍ଟେଲ ନିର୍ମାଣ ପାଇଁ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ହିନ୍ଦୁସ୍ତାନ ଷ୍ଟିଲ ୱାର୍କସ ଲିମିଟେଡ-HSCL ସହ ଏମଓୟୁ ହୋଇଥିଲା । ଏହାପରେ HSCL ଠାରୁ ଶହେ ଶଯ୍ୟା ବିଶିଷ୍ଟ ୧୨ଟି ହଷ୍ଟେଲ ନିର୍ମାଣ ପାଇଁ ବଲାଙ୍ଗୀରର ସ୍ପେଶାଲ କ୍ଲାସ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଠାରୁ ପାୱାର ଅଫ ଅଟର୍ଣ୍ଣି ନେଇଥିବା ପୁଅ ଦୀପକ ଅଗ୍ରୱାଲ ଟେଣ୍ଡର ନେଇଥିଲେ ।

ସେଭିତରୁ ସୁବର୍ଣ୍ଣପୁର ଜିଲ୍ଲାର ମୁକୁନ୍ଦପୁର, ବଡ଼ଭଇଁରୋ,ଅସୁରମୁଣ୍ଡା,କୁଞ୍ଜାପାଲିରେ ଅନୁସୂଚିତ ଜାତି ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ କାମ ଅତି ନିମ୍ନମାନର କାମ ନେଇ ଭିଜିଲାନ୍ ସରେ ମାମଲା ରୁଜୁ ହୋଇଥିଲା । ଏହାପରେ ଠିକାଦାର ବାପ-ପୁଅ ଫେରାର ହୋଇଯାଇଥିଲେ । ଏହି ନିମ୍ନ ମାନର କାମ ନେଇ ଅଭିଭାବକ, ଶିକ୍ଷକ ମହଲରେ ଅସନ୍ତୋଷ ଦେଖା ଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଗିରଫ ଠିକାଦାର ବାପ-ପୁଅଙ୍କୁ ବଲାଙ୍ଗୀର ସ୍ପେଶାଲ ଭିଜିଲାନସ କୋର୍ଟକୁ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.