Below header

ଆଜିର ରାଶିଫଳ: ଘରେ ମାଙ୍ଗଳିକ କାର୍ଯ୍ୟ ହେବ, ମନ ପ୍ରସନ୍ନ ରହିବ

ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ସହଯୋଗ କରିବେ। ଘରେ ଧାର୍ମିକ କାର୍ଯ୍ୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ନିଜ ପାଇଁ କିଛି ସମୟ ବାହାର କରନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ। ବାଣୀରେ ସଂଯତ ରୁହନ୍ତୁ।

ମେଷ: ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ସହଯୋଗ କରିବେ। ଘରେ ଧାର୍ମିକ କାର୍ଯ୍ୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିପାରେ।

ବୃଷ: ନିଜ ପାଇଁ କିଛି ସମୟ ବାହାର କରନ୍ତୁ। କୌଣସି ବଡ କାରବାର କରନ୍ତୁ ନାହିଁ। ବିବାଦରୁ ଦୂରେଇ ରୁହନ୍ତୁ। ବାଣୀରେ ସଂଯତ ରୁହନ୍ତୁ।

ମିଥୁନ: ଆଜି ଆପଣ ଲମ୍ବା ଯାତ୍ରାରେ ଯାଇପାରନ୍ତି। ସ୍ୱାସ୍ଥ୍ୟରେ ଉନ୍ନତି, ଅବନତି ଘଟିବ। ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ଭଲ ଦିନ ହେବ। ବ୍ୟବସାୟ କ୍ଷେତ୍ରରେ ଜଣେ ବିଶେଷ ବ୍ୟକ୍ତିଙ୍କୁ ଭେଟିବେ। ପରିବାରରେ ଶୁଭ କାମ ହେବ।

ସିଂହ: ଦିନଟି ଆପଣଙ୍କ ପାଇଁ ଶୁଭମୟ। ସମାଜରେ ସମ୍ମାନ ବଢ଼ିବ। କୌଣସି ପରିଚିତ ବ୍ୟକ୍ତିଙ୍କୁ ଭେଟିବେ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବେ।

କନ୍ୟା: ଆପଣଙ୍କ ମନ ଅଶାନ୍ତ ରହିବ। ବ୍ୟବସାୟରେ ପାର୍ଟନରଙ୍କଠାରୁ ଧୋକା ମିଳିପାରେ। ବଡ଼ କାରବାର କରନ୍ତୁ ନାହିଁ। ଯତ୍ନର ସହ ଗାଡି ଚଲାନ୍ତୁ।

ତୁଳା: ଆଜି ମନ ପ୍ରସନ୍ନ ରହିବ। ପରିବାରରେ କୌଣସି ଶୁଭ କାମ ହେବ। ଆପଣ ନୂଆ ଘର, ଗାଡ଼ି କିଣିପାରନ୍ତି। ପରିବାରର ସମର୍ଥନ ମିଳିବ।

ବିଛା: ବାଦ ବିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ। କୌଣସି ନୂଆ କାମ ଆଜି ଆରମ୍ଭ କରନ୍ତୁ ନାହିଁ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ।

ଧନୁ: କୌଣସି ବିତର୍କରେ ନ ପଡ଼ି ବାଣୀରେ ସଂଯମତା ରକ୍ଷା କରନ୍ତୁ। କୌଣସି ନିଜ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନୂଆ କାମ ଆରମ୍ଭ କରିବେ।

ମକର: ଯାନବାହାନ ଆଦି ସାବଧାନତାର ସହ ଚଲାନ୍ତୁ। ବ୍ୟବସାୟରେ ଆର୍ଥିକ ସ୍ଥିତି ବିଗିଡ଼ିପାରେ। ଆପଣଙ୍କର କିଛି ବିଶେଷ କାର୍ଯ୍ୟ ଅଟକିପାରେ।

କୁମ୍ଭ: ଆଜିର ଦିନ ଠିକ୍‌ ଠାକ୍‌ ରହିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ବଡ଼ ବ୍ୟବସାୟ ପାର୍ଟନରସିପ୍‌ରେ ଆରମ୍ଭ କରିପାରନ୍ତି।

ମୀନ: ଦିନଟି ଭଲରେ କଟିବ। ଆଜି କିଛି ଭଲ ଖବର ଶୁଣିବାକୁ ପାଇବେ। ବ୍ୟବସାୟରେ ଲାଭ ମିଳିବ। ପତ୍ନୀଙ୍କ ସହ ମତଭେଦ ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.