Below header

ନୂଆଗାଁ ଡ୍ରେନେଜ କେନାଳରେ ୨୦ ଫୁଟର ଘାଇ, ଅନେକ ପନିପରିବା ଓ ଧାନ ଚାଷ ଜଳମଗ୍ନ

ପୁରୀ ଜିଲ୍ଲା ବଳଙ୍ଗାରେ ଘାଇ । ଜଳସମ୍ପଦ ବିଭାଗର ନୂଆଗାଁ ଡିଷ୍ଟ୍ରିବ୍ୟୁଟାରି କେନାଲରେ କୋଡିଏ ଫୁଟର ଘାଇ ସୃଷ୍ଟି ହୋଇଛି ।

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା ବଳଙ୍ଗାରେ ଘାଇ । ଜଳସମ୍ପଦ ବିଭାଗର ନୂଆଗାଁ ଡିଷ୍ଟ୍ରିବ୍ୟୁଟାରି କେନାଲରେ କୋଡିଏ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ତିରିଶ ଏକରରୁ ଅଧିକ ଚାଷ ଜମିରେ କେନାଲ ପାଣି ପ୍ରବେଶ କରୁଛି । ଏହି କେନାଲ ପାଣିରେ ଗଡ଼ଚନ୍ଦପୁର ସୁନିଦା ଗାଁ ଜଳବନ୍ଦୀ ହୋଇଥିବାବେଳେ ବିଭିନ୍ନ ପ୍ରକାରର ପନିପରିବା ଓ ଧାନ ଚାଷ ଜଳମଗ୍ନ ହୋଇଛି।

ଫଳରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । କେନାଳରେ ପାଣି ଆସିବା ପୂର୍ବରୁ କେନାଳରେ ଥିବା ଅଳିଆ ଆବର୍ଯନା ସଫା ନ କରିବା ଓ କେନାଳ ବନ୍ଧର ମରାମତି ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.