ଇଣ୍ଡିଗୋ ବିମାନରେ ଯୌନ ଉତ୍ପୀଡନ କରି ବନ୍ଧା ହେଲେ ପ୍ରଫେସର, ପାଖ ସିଟରେ ବସିଥିବା ଯୁବତୀଙ୍କୁ କରିଥିଲେ ଅସଦାଚରଣ

ମୁମ୍ବାଇରେ ଇଣ୍ଡିଗୋ ବିମାନ ଲ୍ୟାଣ୍ଡ କରିବା ପୂର୍ବରୁ ପାଖରେ ବସିଥିବା ଯୁବତୀଙ୍କୁ ଅସଦାଚରଣ କରିଥିଲେ ପ୍ରଫେସର । ଆଉ ଯୁବତୀ ଜଣକ ବିରୋଧ କରିବା ପରେ ଦୁହିଁଙ୍କର ମଧ୍ୟରେ ହୋଇଥିଲା ପ୍ରବଳ ପାଟିତୁଣ୍ଡ । ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ପ୍ରଫେସରଙ୍କୁ ଗିରଫ କରିଛି ।

ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯୌନ ଉତ୍ପୀଡନ ମାମଲାରେ ଜଣକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ପ୍ରଫେସର । ପ୍ରଫେସର ଜଣକ ବିମାନରେ ଯାତ୍ରା କରିବା ସମୟରେ ୨୪ ବର୍ଷୀୟ ଡାକ୍ତର ମହିଳା ଯାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ । ଏହାକୁ ବିରୋଧ କରିବାକୁ ବିମାନ ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡା ଲାଗିଥିଲା । ପରେ ଯୁବତୀଙ୍କ ଅଭିଯୋଗରେ ପ୍ରଫେସରଙ୍କୁ ଗିରଫ କରାଯାଇଛି ।

ଖବର ମୁତାବକ, ଦିଲ୍ଲୀରୁ ମୁମ୍ବାଇ ୫.୩୦ରେ ଯାଉଥିବା ଇଣ୍ଡିଗୋ ବିମାନରେ ପ୍ରଫେସର ଏବଂ ଯୁବତୀଙ୍କ ସିଟ୍‌ ଏକାସାଥିରେ ଥିଲା । ବିମାନ ଦିଲ୍ଲୀରୁ ମୁମ୍ବାଇ ପାଇଁ ଉଡାଣ ଭରିଥିଲା । ମୁମ୍ବାଇରେ ଲ୍ୟାଣ୍ଡ କରିବାର କିଛି ସମୟ ପୂର୍ବରୁ ପ୍ରଫେସର ଜଣକ ଯୁବତୀଙ୍କ ସହିତ ଅସଦାଚରଣ କରିଥିଲେ । ଯୁବତୀ ଜଣକ ବାରଣ କରିବା ପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଏତେ ମାତ୍ରାରେ ବଢିଯାଇଥିଲା ଯେ କ୍ରୁ ମେମ୍ବର ଝଗଡାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହାର ସମାଧାନ ନ ହେବାରୁ ଉଭୟଙ୍କୁ ପୋଲିସକୁ ହସ୍ତାନ୍ତର କରଯାଇଥିଲା । ଏହାପରେ ଯୁବତୀଙ୍କ ଅଭିଯୋଗରେ ପୋଲିସ ପ୍ରଫେସରକୁ ଗିରଫ କରିଥିଲା ।

ପୋଲିସ ଶ୍ରୀବାସ୍ତବଙ୍କ ବିରୋଧରେ ଆଇପିସି ଧାରା ୩୫୪ ଏବଂ ୩୫୪ ଏ ଅଧିନରେ ମାମଲା ରୁଜୁ କରିଥିଲା । ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ପ୍ରଫେସରଙ୍କୁ କୋର୍ଟର ହାଜର କରାଯାଇଛି ଜୁଡିସିଆଲ କଷ୍ଟଡିକୁ ପଠାଯାଇଛି । ଏବେ ତାଙ୍କୁ ଜାମିନ ମିଳିଥିବା ଖବର ମିଳିଛି । ତେବେ ଇଣ୍ଡିଗୋ ତରଫରୁ ଏହି ଘଟଣାକୁ ନେଇ କୌଣସି ବୟାନ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.