Below header

ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି ଆତଙ୍କ : ୨୨ ଛାତ୍ରୀ ଆକ୍ରାନ୍ତ, ୧୦ ଗୁରୁତର ମେଡିକାଲରେ ଭର୍ତ୍ତି

ବାମରା ବ୍ଲକ ସାଲୋହି ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି ଆତଙ୍କ । ୨୨ ଜଣ ଅନ୍ତେବାସୀ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରତର ରହିଛି । ସମସ୍ତଙ୍କୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କୁଚିଣ୍ଡା (କେନ୍ୟୁଜ) : ବାମରା ବ୍ଲକ ସାଲୋହି ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି ଆତଙ୍କ । ୨୨ ଜଣ ଅନ୍ତେବାସୀ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରତର ରହିଛି । ସମସ୍ତଙ୍କୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରୀମାନେ ଗତ ୪ ଦିନରୁ ଝାଡ଼ାବାନ୍ତିରେ ପୀଡ଼ିତ ରହିଛନ୍ତି । ଝାଡାବାନ୍ତିର କାରଣ ଅସ୍ପଷ୍ଟ ରହିଛି । ଯାହାକୁ ନେଇ ଏବେ ଆଶ୍ରମ ସ୍କୁଲରେ ଭୟ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.