ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ : ଜୟସ୍ୱାଲଙ୍କ ଦ୍ୱିଶତକ, ପାଳି ଘୋଷଣା କଲା ଭାରତ, ଇଂଲଣ୍ଡକୁ ୫୫୭ ରନ୍‌ ଟାର୍ଗେଟ

ରାଜକୋଟରେ ଚାଲିଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଯଶସ୍ୱୀ ଜୟସ୍ୱାଲ ଦ୍ୱିଶତକ ମାରିଛନ୍ତି । ଦ୍ୱିଶତକରେ ୧୪ଟି ଚଉକା ଏବଂ ୧୨ଟି ଛକା ମାରିଛନ୍ତି । ଭାରତ ୪ ଓ୍ଵିକେଟ ହରାଇ ୪୩୦ ରନ୍‌ରେ ପାଳି ଘୋଷଣା କରିଛି । ଫଳରେ ଭାରତ ଇଂଲଣ୍ଡକୁ ୫୫୭ ରନର ଟାର୍ଗେଟ ଦେଇଛି ।

ରାଜକୋଟରେ ଚାଲିଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଯଶସ୍ୱୀ ଜୟସ୍ୱାଲ ଦ୍ୱିଶତକ ମାରିଛନ୍ତି । ଦ୍ୱିଶତକରେ ୧୪ଟି ଚଉକା ଏବଂ ୧୨ଟି ଛକା ମାରିଛନ୍ତି । ଏହା ତାଙ୍କ ଚଳିତ ଟେଷ୍ଟ ସିରିଜ ଦ୍ୱିତୀୟ ଦ୍ୱିଶତକ । ଆହତ ପରେ ମଧ୍ୟ ଜୟସ୍ୱାଲଙ୍କ ଡବଲ ସେଞ୍ଚୁରୀ ଏବଂ ସରଫରାଜଙ୍କ ଅର୍ଦ୍ଧଶତକ ପରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି । ଭାରତ ୪ ଓ୍ଵିକେଟ ହରାଇ ୪୩୦ ରନ୍‌ରେ ପାଳି ଘୋଷଣା କରିଛି । ଫଳରେ ଭାରତ ଇଂଲଣ୍ଡକୁ ୫୫୭ ରନର ଟାର୍ଗେଟ ଦେଇଛି ।

ଏହି ମ୍ୟାଚରେ ଡେବ୍ୟୁ କରିଥିବା ଷ୍ଟାର ବ୍ୟାଟର ସରଫରାଜ ଖାନ୍ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ପରେ ଦୁଭାର୍ଗ୍ୟଜନକ ରନ୍ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଜୟସ୍ୱାଲ ୨୩୬ ବଲରେ ୨୧୪ ରନ୍‌ କରିଥିବା ବେଳେ ସରଫରାଜ ୭୨ ବଲରେ ୬୮ ରନ୍‌ କରି ଅପରାଜିତ ରହିଛନ୍ତି ।

ଶୁବମନ ଗିଲ୍‌ ମଧ୍ୟ ଶତକରୁ ବଞ୍ଚିତ ହୋଇଛନ୍ତି । ଶୁବମନ ୯୧ ରନ କରିଥିବା ବେଳେ ରନଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ରୋହିତ ଶର୍ମା ୧୯ ରନ, ଶୁବମନ ଗିଲ୍‌ ୯୧ ରନ୍‌, ରଜତ ପାଟିଦାର ୦ ଏବଂ କୁଲଦୀପ ଯାଦବ ୨୭ ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ରାଜକୋଟ ଗ୍ରାଉଣ୍ଡରେ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ ଜୟସ୍ୱାଲ ବିଶାଖାପାଟନମରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ଏହି ମ୍ୟାଚରେ ୨୯୦ ବଲରେ ୨୦୯ ରନର ଇନିଂସ ଖେଳିଥିଲେ ଜୟସ୍ୱାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.