ଅମରାବତୀ: କ୍ରିକେଟ୍ ଟୁର୍ନାମେଣ୍ଟ ଖେଳିବାକୁ ଯାଉଥିଲେ ୨୩ ଛାତ୍ର, ଟ୍ରାଭେଲର୍କୁ ଧକ୍କା ଦେଲା ଟ୍ରକ୍; ୪ ମୃତ
ମହାରାଷ୍ଟ୍ରର ଅମରାବତୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
ମହାରାଷ୍ଟ୍ରର ଅମରାବତୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ରବିବାର ସକାଳ ସାଢ଼େ ୮ଟାରୁ ୯ଟା ମଧ୍ୟରେ ଶିଙ୍ଗନାପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଖବର ମୁତାବକ, ଏଠାରେ ୨୩ ଜଣ ଛାତ୍ର କ୍ରିକେଟ୍ ଟୁର୍ନାମେଣ୍ଟ ଖେଳିବା ପାଇଁ ଏକ ଟ୍ରାଭେଲରରେ ବସି ଅମରାବତୀରୁ ୟଭତମାଲା ଯାଉଥିଲେ । ଏହି ସମୟରେ ୟଭତମାଲା ଆଡ଼ୁ ଆସୁଥିବା ଏକ ସିମେଣ୍ଟ ମିକ୍ସର୍ ଟ୍ରକ୍ ଟ୍ରାଭେଲର୍କୁ ଜୋରଦାର ଧକ୍କା ଦେଇଥିଲା । ଏଥିରେ ଟ୍ରାଭେଲରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ଦୁର୍ଘଟଣାରେ ୩ ଜଣ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଛାତ୍ର ଚିକିତ୍ସା ସମୟରେ ଆଖି ବୁଜିଥିଲେ ।
ଘଟଣା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଆହତମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନନ୍ଦଗାଓଁ ଖଣ୍ଡେଶ୍ୱରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହଗୁଡ଼ିକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପେଟ ଗୁରୁତର ଆହତଙ୍କୁ ଅମରାବତୀର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।