ଛାଡ଼ପତ୍ର ପରେ ରାଜନୀତିରେ ଯୋଗଦେବେ କି ଈଶା ଦେଓଲ ? ହେମା ମାଲିନୀ କହିଲେ ଏମିତି କଥା

ଈଶାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ସ୍ୱାମୀ ଭରତଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ହେବା ପରେ ଅଭିନେତ୍ରୀ ରାଜନୀତିରେ ପ୍ରବେଶ କରିପାରନ୍ତି ।

ବଲିଉଡ ଅଭିନେତ୍ରୀ ଈଶା ଦେଓଲ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଓ ହେମା ମାଲିିନୀଙ୍କ ଝିଅ ଈଶା ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ନେଇ ବାପା ଧର୍ମେନ୍ଦ୍ର ଅତ୍ୟନ୍ତ ଦୁଃଖି ଅଛନ୍ତି ।

କିନ୍ତୁ ଏହାରି ଭିତରେ ଈଶାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ସ୍ୱାମୀ ଭରତଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ହେବା ପରେ ଅଭିନେତ୍ରୀ ରାଜନୀତିରେ ପ୍ରବେଶ କରିପାରନ୍ତି ।

ଏକ ସାକ୍ଷାତକାର ସମୟରେ ହେମା ମାଳିନୀ କହିଛନ୍ତି କି, ଈଶାଙ୍କର ରାଜନୀତିରେ ବହୁତ ଆଗ୍ରହ ରହିଛି । ସେ ସଙ୍କେତ ମଧ୍ୟ ଦେଇଛନ୍ତି ଯେ ଈଶା ଆସନ୍ତା କିଛି ବର୍ଷ ମଧ୍ୟରେ ରାଜନୀତିରେ ଯୋଗ ଦେଇପାରନ୍ତି । ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ଧର୍ମେନ୍ଦ୍ର ବି ତାଙ୍କୁ ଜଣେ ରାଜନେତା ହେବାରେ ବହୁତ ସମର୍ଥନ କରିଛନ୍ତି ।

ହେମାଙ୍କୁ ପଚରାଯାଇଥିଲା କି, ତାଙ୍କର ଦୁଇ ଝିଅ ଈଶା ଓ ଆହାନା ଦେଓଲ ରାଜନୀତିରେ ଆସିବା ପାଇଁ ଆଗ୍ରହୀ କି? ଏଥିରେ ସେ କହିଥିଲେ, ଈଶାଙ୍କର ବହୁତ ଆଗ୍ରହ ରହିଛି, ଏହା କରିବାକୁ ସେ ପସନ୍ଦ କରନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ଯଦି ସେ ଆଗ୍ରହୀ ହେବେ, ତେବେ ନିଶ୍ଚିତ ଭାବରେ ସେ ରାଜନୀତିରେ ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.