ବୈଷୟିକ ତ୍ରୁଟି ଯୋଗୁ ଜରୁରୀ ଅବତରଣ କଲା ବିମାନ, ମୃତ୍ୟୁ ମୁଖରୁ ବଞ୍ଚିଲେ ରଶ୍ମିକା ମନ୍ଦାନା
ବର୍ତ୍ତମାନ ରଶ୍ମିକା ମନ୍ଦାନାଙ୍କ ଫ୍ୟାନ୍ମାନେ ତାଙ୍କ ସେୟାର ହୋଇଥିବା ପୋଷ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରଶ୍ମିକା ପୋଷ୍ଟରେ ସେୟାର କହିଛନ୍ତି ଯେ ତାଙ୍କ ସହ ଏପରି କିଛି ଘଟଣା ଘଟିଥିଲା ଯେଉଁଥିରେ ସେ ମୃତ୍ୟୁ ମୁଁହରୁ ରକ୍ଷା ପାଇଥିଲେ ।
ଫିଲ୍ମ ବ୍ୟତୀତ ରଶ୍ମିକା ମନ୍ଦାନା ସୋସିଆଲ ମିଡିଆରେ ମଧ୍ୟ ବହୁତ ସମୟ ଆକ୍ଟିଭ୍ ରୁହନ୍ତି । ଅଭିନେତ୍ରୀ ପ୍ରତିଦିନ ନିଜର କିଛି ନା କିଛି ପୋଷ୍ଟ ସେୟାର କରି ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରୁହନ୍ତି । କେବଳ ଏତିକି ନୁହେଁ ସେ ନିଜ ପୋଷ୍ଟ ମାଧ୍ୟମରେ ନିଜର ପ୍ରତିଦିନ କାର୍ଯ୍ୟ ସହିତ ଜଡିତ ଷ୍ଟୋରି ଏବଂ ଫଟୋ ମଧ୍ୟ ସେୟାର କରନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ଫ୍ୟାନ୍ମାନେ ଅଭିନେତ୍ରୀଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରଶ୍ମିକା ପୋଷ୍ଟରେ ସେୟାର କହିଛନ୍ତି ଯେ ତାଙ୍କ ସହ ଏପରି କିଛି ଘଟଣା ଘଟିଥିଲା ଯେଉଁଥିରେ ସେ ମୃତ୍ୟୁ ମୁଁହରୁ ରକ୍ଷା ପାଇଥିଲେ । ତାହେଲେ ଆସନ୍ତୁ ଅଭିନେତ୍ରୀଙ୍କ ସହ କି ପ୍ରକାର ଦୁର୍ଘଟଣା ଘଟିଛି ସେ ବିଷୟରେ ଜାଣିବା ।
ପ୍ରକୃତରେ ଅଭିନେତ୍ରୀ ନିକଟରେ ବିମାନରେ କୌଣସି ସ୍ଥାନକୁ ଯାଉଥିଲେ । ଏହି ସମୟ ମଧ୍ୟରେ ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ, ସେହି ବିମାନଟି ଏକ ଜରୁରୀ ଅବତରଣ କରିଥିଲା । ତେବେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଅଭିନେତ୍ରୀ ତାଙ୍କ ଇନଷ୍ଟା ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପ୍ଲେନ୍ରେ ନିଜ ସିଟରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବାବେଳେ ରଶ୍ମିକା ଲେଖିଛନ୍ତି, ‘କେବଳ ଏତିକି ସୂଚନା ଯେ ଏହି ଉପାୟରେ ଆମେ ମୃତ୍ୟୁରୁ ରକ୍ଷା ପାଇଛୁ’ । ତେବେ ଏହି ଫଟୋରେ ରଶ୍ମିକାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା ଦାସ ମଧ୍ୟ ନଜର ଆସିଛନ୍ତି । ରଶ୍ମିକାଙ୍କ ଏହି ପୋଷ୍ଟ ସେୟାର ହେବା ମାତ୍ରେ ଏହା ଭାଇରାଲ ହୋଇଥିଲା । ପ୍ରଶଂସକମାନେ ଅଭିନେତ୍ରୀଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲେ । କିନ୍ତୁ ଚିନ୍ତା କରିବାର କିଛି କଥା ନାହିଁ ଏବଂ ରଶ୍ମିକା ସମ୍ପୂର୍ଣ୍ଣ ଭଲ ଅଛନ୍ତି ।
ସୂଚନା ବୁତାବକ, କୁହାଯାଉଛି ଯେ ଯେଉଁ ବିମାନରେ ରଶ୍ମିକା ଯାତ୍ରା କରୁଥିଲେ, କିଛି ଟେକ୍ନିକ୍ରେ ତ୍ରୁଟି ହେତୁ ୩୦ ମିନିଟ୍ ପରେ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା । କିନ୍ତୁ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା ଏବଂ ବିମାନଟି ମୁମ୍ବାଇକୁ ଫେରିଆସିଥିଲା । ତେବେ ଖୁସି ଖବର ହେଉଛି ଏହି ଦୁର୍ଘଟଣାରେ କାହାର କୌଣସି ପ୍ରକାରର ଅନିଷ୍ଟ ହୋଇନାହିଁ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି ।