IDS କେନ୍ଦ୍ରରୁ ପୋଷ୍ୟପୁତ୍ର ହୋଇ ସ୍ବିଡେନକୁ ଗଲା କୋରାପୁଟିଆ ପୁଅ ରାଜେନ୍ଦ୍ର ମୁଣ୍ଡ ଗାଡିଆ

ସ୍ବିଡେନର ଥୋନାସ ପରିବାର । ପୁଅଟିଏ ପାଇଁ ଥିଲେ ବ୍ୟାକୁଳ । ସେଥିପାଇଁ ତ ସ୍ୱିଡେନରୁ ଦୌଡ଼ି ଆସିଥିଲେ ଓଡ଼ିଶା କୋରାପୁଟ କୁ । ପୁଅଟିଏ ପାଇଁ କିଏ କେତେ ପୂଜା ପାଠ କରୁଛି ହେଲେ ପୁଅ ପାଇଁ ସ୍ୱିଡେନ ଆସିବା ଏହା ପ୍ରଥମ ଘଟଣା ।

ସ୍ବିଡେନର ଥୋନାସ ପରିବାର । ପୁଅଟିଏ ପାଇଁ ଥିଲେ ବ୍ୟାକୁଳ । ସେଥିପାଇଁ ତ ସ୍ୱିଡେନରୁ ଦୌଡ଼ି ଆସିଥିଲେ ଓଡ଼ିଶା କୋରାପୁଟ କୁ । ପୁଅଟିଏ ପାଇଁ କିଏ କେତେ ପୂଜା ପାଠ କରୁଛି ହେଲେ ପୁଅ ପାଇଁ ସ୍ୱିଡେନ ଆସିବା ଏହା ପ୍ରଥମ ଘଟଣା । ତେବେ କୋରାପୁଟ ସମନ୍ବିତ ଉନ୍ନୟନ ସଂସ୍ଥାରେ ବଢ଼ୁଥିଲା । ସୋସାଇଟିର ଜର୍ମଜର୍ତାଙ୍କ ଦ୍ବାରା ଲାଳନ ପାଳନ ହେଉଥିଲା ଅନାଥ ରାଜେନ୍ଦ୍ର । ହେଲେ ଏବେ ରାଜେନ୍ଦ୍ରର ଭାଗ୍ୟ ବଦଳିଛି । ସ୍ବିଡେନର ଥୋନାସ ପରିବାର । ନିଜର ୩ ଟି ସନ୍ତାନ ଥିବା ସତ୍ବେ ଗ୍ରହଣ କରିଛନ୍ତି ପୋଷ୍ୟ ସନ୍ତାନ ।

ଅସହାୟ ଅବସ୍ଥାରେ ବଢ଼ୁଥିବା ରାଜେନ୍ଦ୍ର ମୁଣ୍ଡ ଗାଡିଆଙ୍କ ଦୁଃଖ କଥା ଶୁଣିବା ପରେ ଥୋମାସ ପରିବାର ସହାୟତାର ହାତ ବଢାଇଛନ୍ତି । କୋରାପୁଟର ଅନାଥ ରାଜେନ୍ଦ୍ର ମୁଣ୍ଡାଗୁଡିଆ ହେଲେ ସ୍ବିଡେନର ରାଜେନ୍ଦ୍ର ଥୋମାସ। ସ୍ବିଡେନର କ୍ଲିଫୋର୍ଡ ଲୁକେ ଥୋମାସ ପରିବାର ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ କରିଛନ୍ତି ହସ୍ତାନ୍ତର। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରିବାପରେ ସମସ୍ତ ଆଇନଗତ ଦିଗକୁ ତର୍ଜମା କରି କୋରାପୁଟ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପୋଷ୍ୟ ସନ୍ତାନ ହସ୍ତାନ୍ତର ସମୟରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ କରିବା ପରେ ସ୍ବିଡେନର ହାଗାଟାନ୍ 14-574-54, ହୋଲ୍ସବିବ୍ରୁନ୍ ସହରରୁ ଆସିଥିବା ଥୋମାସ ପରିବାର ବହୁତ ଆନନ୍ଦ ଅନୁଭବ କରିବା ସହ ଖୁସି ପ୍ରକଟ କରିଛନ୍ତି । ସ୍ବିଡେନ ଫେରିବା ପରେ ରାଜେନ୍ଦ୍ର ଥୋମାସର ସଠିକ ଯତ୍ନ ନେଇ ପାଠ ପଢାଇ ଭଲ ମଣିଷ କରିବାକୁ ସ୍ବପ୍ନ ରହିଛି ବୋଲି କ୍ଲିଫୋର୍ଡ ଥୋମାସ ,ତାଙ୍କ ସ୍ତ୍ରୀ ଚେରିଲି ଥୋମାସ କହିଛନ୍ତି । ପୂର୍ବରୁ ବାପା ଅନେକ ଥର ଭାରତ ଆସିଛନ୍ତି ହେଲେ ପ୍ରଥମ କରି ସପରିବାର ଭାରତ ଆସିଥିବା ଲୁକେ ଥୋମାସ କହିଛନ୍ତି ।

ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ସଂଶୋଧନ ଅଧିନିୟମ, ୨୦୨୧ ର ଧାରା ୫୬(୪), ୫୯, ଏବଂ ୬୧ ଅନୁଯାୟୀ ଅନାଥ କିମ୍ବା ପରିତ୍ୟକ୍ତ କିମ୍ବା ଆତ୍ମସମର୍ପଣ କରିଥିବା ଶିଶୁ କିମ୍ବା ଶିଶୁମାନଙ୍କର ଆନ୍ତଃଦେଶ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ୨୦୨୨ ଅନୁସାରେ ଆବେଦନର ବିଚାର କରି ହସ୍ତାନ୍ତର କରାଯାଇଛି । ଶିଶୁଟି IDS କେନ୍ଦ୍ରରେ ପ୍ରତିପାଳିତ ହେଉଥିଲା । ପୋଷ୍ୟ ସନ୍ତାନ ନିୟମାବଳୀର ଯାଞ୍ଚ କରିବା ପରେ ହସ୍ତାନ୍ତର କରାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.