Browsing Tag

accident news

ଶୌଚ ହେବାକୁ ଯିବା ସମୟରେ ଧକ୍କା ଦେଲା ଏକ ଅଜଣା ଗାଡ଼ି, ୪ ମୃତ ଓ ଜଣେ ଆହତ

ପାଟନାର ବାର୍ହ ଥାନା ଅଞ୍ଚଳର ଜାମୁନିଛକ ଗାଁରେ, ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଶୌଚ ହେବାକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପିଏମସିଏଚରେ…

ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା; ଟ୍ରକ୍ ଧକ୍କା ଦେବା ପରେ ବସ୍ ସହ ପିଟି ହେଲା କାର୍, ୯ ମୃତ

ମହାରାଷ୍ଟ୍ରର ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟିଛି ପୁଣେର ନାରାୟଣଗାଁ ଅଞ୍ଚଳରେ । ଏଠାରେ ଦ୍ରୁତଗାମୀ ଟ୍ରକ୍ ଏକ କାରକୁ ଧକ୍କା ଦେବା ପରେ କାରଟି ସେଠାରେ ଛିଡ଼ା ହୋଇଥିବା ଏକ ବସ୍ ସହ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା…

ଆଗ ଚକ ଫାଟି ଗଛକୁ ପିଟିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଜଳେଶ୍ୱର: ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ଯାତ୍ରୀବାହୀ ବସ । ଡ୍ରାଇଭର ସମେତ ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ନୁପୁର ନାମକ ଏକ ଘରୋଇ ବସର ଆଗ ଚକା ଫାଟି ଯିବାରୁ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ…

ବଣାଇରେ ଘଟିଲା ଅଘଟଣ,ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଜୀବନ

ବଣାଇ : ଅଜଣା ଗାଡ଼ି ଧକ୍କାରେ ୩ ମୃତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଫୁଟବଲ ଖେଳି ୩ଜଣ ବାଇକରେ ଫେରୁଥିବା ବେଳେ ଅଜଣାଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ୫୨୦ ନମ୍ବର ଜାତୀୟ ପଥର କୋଇଡା ଥାନା ତୋଡା ବସ୍ତି ବେଞ୍ଜାଢ଼ି ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା ।…

ବାଇକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଦୁଇ ଗୁରୁତର

ପାରାଦୀପ(କେନ୍ୟୁଜ): ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଥିବା ସୂଚନା ମିଳିଛି । ଦୁଇ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଇକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଘଟିଛି ଏଭଳି…

ଆଖି ପିଛୁଳାକେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ମାଲକାନଗିରି(କେନ୍ୟୁଜ): ଝିଅ ଘରକୁ ଯାଇ ଫେରୁଥିବା ସମୟରେ ବୃଦ୍ଧଙ୍କ ସହ ଘଟିଛି ଅଘଟଣ । ଫେରୁଥିବା ସମୟରେ ରାସ୍ତାରେ ଜଗି ବସିଥିଲା ଯମ । ଆଖି ପିଛୁଳାକେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର । ବାସ୍‌ ତା ପରେ ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଟ୍ରାକ୍ଟର ଡ୍ରାଇଭର ବେପରୁଆ ଗାଡ଼ି…

ଆଉ ଅଳ୍ପ ବାଟ ଥିଲା କନିଆଁ ଘର…, ଭୀଷଣ ସଡ଼କ ଦୁର୍ଘଟଣାରେ ଜିଅନ୍ତା ଜଳିଗଲେ ବର ସମେତ ୪ ବରଯାତ୍ରୀ

ଉତ୍ତର ପ୍ରଦେଶର ଝାନ୍‌ସୀରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଝାନ୍‌ସୀ-କାନପୁର ରାଜପଥରେ ଡିସିଏମ୍‌ ଟ୍ରକ୍‌ ଏକ କାର୍‌କୁ ଜୋର୍‌ଦାର ଧକ୍କା ଦେଇଛି । ଏହି ଦୁର୍ଘଟଣା ପରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ବର ସମେତ ୪ ଜଣ ଜିଅନ୍ତା ଜଳିଯାଇଛନ୍ତି । କୌଣସି ମତେ…

ପଞ୍ଜାବ: ଦୁଇ ମହଲା ଘର ଭୁଶୁଡ଼ି ୩ ଶ୍ରମିକ ମୃତ; ଏବେ ବି ଫସି ରହିଛନ୍ତି ଜଣେ

ପଞ୍ଜାବର ରୂପନଗରର ପ୍ରୀତ୍‌ କଲୋନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମହଲା ବିିଶିଷ୍ଟ ଏକ ଘର ଭୁଶୁଡ଼ି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ବି ଜଣେ ଶ୍ରମିକ ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି । ଏହି ସୂଚନା ଦେଇ ପୋଲିସ କହିଛି ଯେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର…

ଘର ବାହାରେ ଝାଡ଼ୁ କରୁଥିଲେ ବୃଦ୍ଧା ମହିଳା, କାର୍‌ ଚଢ଼ାଇ ଦେଲେ ପଡ଼ୋଶୀ ଯୁବକ; ଛଟପଟ ହୋଇ ଚାଲିଗଲା ପ୍ରାଣ

ପୂର୍ବ ଦିଲ୍ଲୀର ଗୀତା କଲୋନୀ ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ୬୫ ବର୍ଷୀୟା ଜଣେ ମହିଳା ଘର ବାହାରେ ଝାଡ଼ୁ କରୁଥିବା ବେଳେ ଏକ କାର୍‌ ଧକ୍କାରେ ପ୍ରାଣ ହରାଇଛନ୍ତି । ଖବରରୁ ଜଣାପଡ଼ିଛି ଯେ ପଡୋଶୀଙ୍କ କାର୍‌ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା । ପୋଲିସ ସୂଚନା ମୁତାବକ,…

ହରିୟାଣାରେ ଭୀଷଣ ସଡ଼କ ଦୁର୍ଘଟଣା: ଗାଡ଼ିର ଷ୍ଟେପନୀ ବଦଳାଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୬ ମୃତ

ହରିୟାଣାର ରେଓ୍ଵାଡିରେ ବିଳମ୍ବିତ ରାତିରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପୋଲିସ ମୁତାବକ, ରେଓ୍ଵାଡିର ଖରଖଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଲୋକ ଖାଟୁ ଶ୍ୟାମଙ୍କ…

ରାଜସ୍ଥାନ: ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍‌, ଶୋଭାଯାତ୍ରାରେ ପଶିଗଲା ବୋଲେରୋ; ୨ ମୃତ

ରାଜସ୍ଥାନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ନାଗୋରର ଡେଗାନାରେ ଧାର୍ମିକ କାର୍ଯ୍ୟକ୍ରମ ବେଳେ ଏକ ବୋଲେରୋ ଅନିୟନ୍ତ୍ରିତ ହୋଇ ଶୋଭାଯାତ୍ରା ଭିତରେ ପଶିଯାଇଥିଲା । ବୋଲେରୋ ଗାଡ଼ି ପାଖାପାଖି ୧୦ରୁ ଅଧିକ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି…

ଅମରାବତୀ: କ୍ରିକେଟ୍‌ ଟୁର୍ନାମେଣ୍ଟ ଖେଳିବାକୁ ଯାଉଥିଲେ ୨୩ ଛାତ୍ର, ଟ୍ରାଭେଲର୍‌କୁ ଧକ୍କା ଦେଲା ଟ୍ରକ୍‌; ୪ ମୃତ

ମହାରାଷ୍ଟ୍ରର ଅମରାବତୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ରବିବାର ସକାଳ ସାଢ଼େ ୮ଟାରୁ ୯ଟା ମଧ୍ୟରେ ଶିଙ୍ଗନାପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖବର ମୁତାବକ, ଏଠାରେ ୨୩ ଜଣ…