ରାଜସ୍ଥାନ: ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍‌, ଶୋଭାଯାତ୍ରାରେ ପଶିଗଲା ବୋଲେରୋ; ୨ ମୃତ

ରାଜସ୍ଥାନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ନାଗୋରର ଡେଗାନାରେ ଧାର୍ମିକ କାର୍ଯ୍ୟକ୍ରମ ବେଳେ ଏକ ବୋଲେରୋ ଅନିୟନ୍ତ୍ରିତ ହୋଇ ଶୋଭାଯାତ୍ରା ଭିତରେ ପଶିଯାଇଥିଲା । ବୋଲେରୋ ଗାଡ଼ି ପାଖାପାଖି ୧୦ରୁ ଅଧିକ ଲୋକଙ୍କ ଉପରେ ମାଡ଼ି ଯାଇଥିଲା ।

ରାଜସ୍ଥାନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ନାଗୋରର ଡେଗାନାରେ ଧାର୍ମିକ କାର୍ଯ୍ୟକ୍ରମ ବେଳେ ଏକ ବୋଲେରୋ ଅନିୟନ୍ତ୍ରିତ ହୋଇ ଶୋଭାଯାତ୍ରା ଭିତରେ ପଶିଯାଇଥିଲା । ବୋଲେରୋ ଗାଡ଼ି ପାଖାପାଖି ୧୦ରୁ ଅଧିକ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଅନ୍ୟମାନେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଅଜମେର୍‌ ରେଫର କରାଯାଇଛି । କିଛି ଆହତମାନଙ୍କର ଡେଗାନାରେ ଚିକିତ୍ସା ଚାଲିଛି ।

ବଜାରରେ ଶୋଭାଯାତ୍ରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଶୋଭାଯାତ୍ରା ଯୋଗୁ ରାସ୍ତା ପ୍ରବଳ ଭିଡ଼ ଥିଲା ଏବଂ ଏଥିରେ ଅନେକ ମହିଳା ଓ ଶିଶୁ ସାମିଲ ଥିଲେ । ଖବରରୁ ଜଣାପଡ଼ିଛି ଯେ ବୋଲେରୋ ଚାଳକଙ୍କୁ ହୃଦ୍‌ଘାତ ଆସିଥିଲା, ଯାହାଫଳରେ ଗାଡ଼ି ଅନିୟନ୍ତ୍ରିତ ହୋଇ ଶୋଭାଯାତ୍ରା ଭିତରେ ପଶିଯାଇଥିଲା ଏବଂ ଲୋକଙ୍କ ଉପରେ ମାଡ଼ି ଯାଇଥିଲା ।

ଏହାର ଏକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି କି, କିପରି ବୋଲେରୋ ଗାଡ଼ିଟି ଶୋଭାଯାତ୍ରା ଭିତରେ ପଶୁଛି ଏବଂ ଲୋକଙ୍କୁ ଚଢ଼ାଇ ଆଗକୁ ମାଡ଼ିଯାଉଛି । ଭିଡିଓ ଅନୁସାରେ, ବୋଲେରୋ ଚାଳକ ପ୍ରଥମେ ଶୋଭାଯାତ୍ରା ପଛେ ପଛେ ଧୀରେ ଧୀରେ ଗାଡ଼ି ଚଲାଉଛନ୍ତି । କିନ୍ତୁ କିଛି ସମୟ ପରେ ହଠାତ୍‌ ଗାଡ଼ିର ବେଗ ବଢ଼ି ଯାଉଛି ଏବଂ ଏହା ଲୋକଙ୍କ ଉପରେ ମାଡ଼ି ଯାଉଛି । ବାସ୍ତବରେ, ଗାଡ଼ି ଚାଳକଙ୍କୁ ହାର୍ଟ ଆଟାକ୍‌ ଆସିବା କାରଣରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.