ଆସନ୍ତା ୨ ରେ ରେଢ଼ାଖୋଲ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଦିନିକିଆ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨ତାରିଖରେ ରେଢାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ କନ୍ଧରା ଭୀମଭୋଇ ସ୍ମୃତି ପୀଠ ଓ ଭୀମଭୋଇଙ୍କ ପ୍ରାପ୍ତି ପୀଠ ମଧୁପୁରକୁ ପରିଦର୍ଶନ କରିବେ ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଦିନିକିଆ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦୌପଦି ମୁର୍ମୁ। ଆସନ୍ତା ମାର୍ଚ୍ଚ ୨ତାରିଖରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ କନ୍ଧରା ଭୀମଭୋଇ ସ୍ରୁତି ପୀଠ ଏବଂ ଭୀମଭୋଇଙ୍କ ପ୍ରାପ୍ତି ପୀଠ ମଧୁପୁର ପରିଦର୍ଶନ କରିବା ସହିତ ରେଢ଼ାଖୋଲ ମିନିଷ୍ଟାଡିୟମରେ ଏକ ସମାବେଶରେ ଉଦବୋଧନରେ ଯୋଗଦେବେ । ଏ ଖବର ଜାଣିବା ପରେ ଭୀମଭୋଇ ସ୍ରୁତି ପୀଠ କମିଟୀ କନ୍ଧରା ସମେତ ରେଢ଼ାଖୋଲ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହାକୁ ନେଇ ରେଢ଼ାଖୋଲ ସହରରେ ଚଳଚଂଚଳ ଦେଖାଦେଇଛି ।