ଫିଲ୍ମ ‘ବବାଲ’ ପରେ ପୁଣିଥରେ ଏକାଠି ନଜର ଆସିବେ ବରୁଣ ଧୱନ ଓ ଜାହ୍ନବୀ କପୁର

ଫିଲ୍ମ ‘ବବାଲ’ ପରେ ବରୁଣ ଧୱନ ଏବଂ ଜାହ୍ନବୀ କପୁର ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଆଜି ଅର୍ଥାତ ଗୁରୁବାର ଦିନ ଏକ ମୋସନ ପୋଷ୍ଟର ମାଧ୍ୟମରେ ସେମାନଙ୍କ ଏକ ନୂଆ ଫିଲ୍ମ ବିଷୟରେ କିଛି ବିଶେଷ କଥା ପ୍ରକାଶ ପାଇଛି । ଏହି ଅପ୍‌କମିଂ ରୋମାଣ୍ଟିକ୍ କମେଡି ଫିଲ୍ମର ନାମ ହେଉଛି ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ ।

ଧର୍ମା ପ୍ରଡକ୍ସନ୍ ଫ୍ୟାନ୍ସଙ୍କ ସାମ୍ନାରେ ଏକ ସସ୍ପେନ୍ସ ପୋଷ୍ଟର ପ୍ରକାଶ କରିଛି । ଏହା ସହ ଏପରି ମଧ୍ୟ ସୂଚନା ରହିଛି ଯେ ସେମାନେ ଏକ ନୂଆ ଫିଲ୍ମ ଆଣିବାକୁ ଯାଉଛନ୍ତି । ତେବେ ଏ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ କେଉଁ ନୂଆ ଫିଲ୍ମ ଆସିବ ଏବଂ ଏହା କିପରି ହେବ ସେନେଇ ପ୍ରଶଂସକମାନେ ଅନୁମାନ କରିବାରେ ଲାଗିଛନ୍ତି । ଫିଲ୍ମ ‘ବବାଲ’ ପରେ ବରୁଣ ଧୱନ ଏବଂ ଜାହ୍ନବୀ କପୁର ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଆଜି ଅର୍ଥାତ ଗୁରୁବାର ଦିନ ଏକ ମୋସନ ପୋଷ୍ଟର ମାଧ୍ୟମରେ ସେମାନଙ୍କ ଏକ ନୂଆ ଫିଲ୍ମ ବିଷୟରେ କିଛି ବିଶେଷ କଥା ପ୍ରକାଶ ପାଇଛି । ଏହି ଅପ୍‌କମିଂ ରୋମାଣ୍ଟିକ୍ କମେଡି ଫିଲ୍ମର ନାମ ହେଉଛି ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଶଶାଙ୍କ ଖେତାନ, ଫିଲ୍ମର ଟାଇଟଲ୍ ଘୋଷଣା କରିବା ସହିତ ଫିଲ୍ମର ନିର୍ମାତାମାନେ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ର ରିଲିଜ୍ ଡେଟ୍‌ ମଧ୍ୟ ପ୍ରକାଶ କରିଛନ୍ତି ।

୨୦୨୩ ଫିଲ୍ମ ‘ବବାଲ’ରେ ଏକାଠି କାମ କରିବା ପରେ ଅଭିନେତା ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କୁ ଆଗାମୀ ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ରେ ଏକାଠି ଦେଖିବାକୁ ମିଳିବେ । ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ ୧୮ ରେ ମୁକ୍ତିଲାଭ କରିବ । ରୋମାଣ୍ଟିକ୍ ଷ୍ଟୋରି ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି ଏବଂ dharmamoviesର ଇନଷ୍ଟାଗ୍ରାମ ପେଜ୍‌ରେ ଏହି ଘୋଷଣା କରାଯାଇଛି । ଏହି ଫିଲ୍ମରେ ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କ ଚରିତ୍ର କିପରି ରହିବ ସେନେଇ ଅଧିକ ସୂଚନା ସେୟାର କରାଯାଇ ନାହିଁ ।

ତେବେ ମନୋରଞ୍ଜନରେ ପରିପୂର୍ଣ୍ଣ ଏହି ପ୍ରେମ କାହାଣୀ ଏପ୍ରିଲ ୧୮,୨୦୨୫ରେ ବଡ ପରଦାକୁ ଆସିବାକୁ ଯାଉଛି । ଏହି ଫିଲ୍ମ ବିଷୟରେ ବିଶେଷ କିଛି ସୂଚନା ରହିନି । ତେବେ ବରୁଣ ଏବଂ ଜାହ୍ନବୀ ନୀତୀଶ ତିୱାରୀଙ୍କ ଫିଲ୍ମ ‘ବବାଲ’ରେ ଏକାଠି କାମ କରିଥିଲେ । ଏହା ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ଥିଲା । ବର୍ତ୍ତମାନ ସମୟରେ ବରୁଣ ଓ ଜାହ୍ନବୀ ଏହି ଫିଲ୍ମ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ପୁଣିଥରେ ସିନେ ପରଦାରେ ସେମାନଙ୍କ ଯୋଡି କେଉଁ ପ୍ରକାର ଯାଦୁ କରିବ ତାହା ଦେଖିବା ମଜାଦାର ହେବ । ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ବରୁଣ ଧୱନଙ୍କ ନାମ ସନ୍ନି ସଂସ୍କରୀ ହେବାକୁ ଯାଉଥିବାବେଳେ ଜାହ୍ନବୀ କପୁରଙ୍କ ଚରିତ୍ରର ନାମ ତୁଲସୀ କୁମାରୀ ହେବ । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

 

View this post on Instagram

 

A post shared by Dharma Productions (@dharmamovies)

You might also like