ଅତର୍କିତ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀ ଠାରୁ ୨ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

 ଛୁରିରେ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ଲୁଟି ନେଇଛନ୍ତି ଲୁଟେରା । ଆଜି ପ୍ରାୟ ଦିବା ୧୧ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିପାଦାସ୍ଥିତ ଏଚପି ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ କୁମାର ତିୱାରୀଙ୍କ ଉପରେ ଲୁଟେରା ମାନେ ଆକ୍ରମଣ କରି ତାଙ୍କ ଠାରୁ ଲୁଟି ନେଇଛନ୍ତି ସମସ୍ତ ଟଙ୍କା ।

ଦିନକୁ ଦିନ ବଢ଼ିଚାଲିଛି ଲୁଟେରାଙ୍କ ବିତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । ଦ୍ୱିନ ଦ୍ୱିପହରରେ କାହାରିକୁ ଭୟ କରୁନାହାଁନ୍ତି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍‌ ଚଳାଇଛନ୍ତି ଏହି ଲୁଟେରା ମାନେ । ପୋଲିସ୍‌ ଆଖିରେ ଧୂଳି ଦେଇ ନିଜର କାୟା ବିସ୍ତାର କରୁଛନ୍ତି । ଆଉ ତାଙ୍କ ହାବୁଡ଼ରେ ଯିଏ ପଡ଼ୁଛି ତାର ବଞ୍ଚିବା ମୁସ୍କିଲ୍‌ ହେ ।ଇଯାଉଛି । କେହି କେହି ତାଙ୍କ ନଜରରୁ ବର୍ତ୍ତିଯାଇ ନୂଆ ଜୀବନ ପାଉଥିବା ବେଳେ ଆଉ କେହି ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏଭଳି ଘଟଣା ଥମିବାର ନାଁ ନେଉନି ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଏକ ନିରୀହ ବ୍ୟକ୍ତିଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଜୀବନ ସିନା ବଞ୍ଚି ଯାଇଛି ହେଲେ ପୂରା ଶରୀର ତାଙ୍କର କ୍ଷତ ବିକ୍ଷତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଛୁରିରେ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ଲୁଟି ନେଇଛନ୍ତି ଲୁଟେରା । ଆଜି ପ୍ରାୟ ଦିବା ୧୧ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିପାଦାସ୍ଥିତ ଏଚପି ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ କୁମାର ତିୱାରୀଙ୍କ ଉପରେ ଲୁଟେରା ମାନେ ଆକ୍ରମଣ କରି ତାଙ୍କ ଠାରୁ ଲୁଟି ନେଇଛନ୍ତି ସମସ୍ତ ଟଙ୍କା । ଅନିଲ ବାଇକ ଯୋଗେ ୨ଲକ୍ଷ ଟଙ୍କା ଜମା କରିବାକୁ ସହରର ଏକ ବ୍ୟାଙ୍କକୁ ଯାଉଥିଲେ । ଏହି ସମୟରେ ଜାମପାଲି ବାଇପାସରେ ଥିବା ଏମଆର ଉଦ୍ୟୋଗ ରାସ୍ତାରେ ଏକ ମୋଟରସାଇକେଲରେ ମୁଖା ପିନ୍ଧା ତିନି ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇବା ସହ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଆଉ ତା ପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ । ଏବେ ଗୁରୁତର ଅବସ୍ଥାରେ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ଏନେଇ ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି । ତଦନ୍ତ ପରେ ଜଣାପଡ଼ିବ ଲୁଟେରା ମାନେ କିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.