ହରିୟାଣାରେ ଭୀଷଣ ସଡ଼କ ଦୁର୍ଘଟଣା: ଗାଡ଼ିର ଷ୍ଟେପନୀ ବଦଳାଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୬ ମୃତ

ହରିୟାଣାର ରେଓ୍ଵାଡିରେ ବିଳମ୍ବିତ ରାତିରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

ହରିୟାଣାର ରେଓ୍ଵାଡିରେ ବିଳମ୍ବିତ ରାତିରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପୋଲିସ ମୁତାବକ, ରେଓ୍ଵାଡିର ଖରଖଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଲୋକ ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ଦିଲ୍ଲୀ ଫେରୁଥିଲେ । ସମସ୍ତ ମୃତକ ଦିଲ୍ଲୀ ସୀମା ନିକଟସ୍ଥ ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ସୋସାଇଟିର ନିବାସୀ ଥିଲେ ।

ଖାଟୁ ଶ୍ୟାମରୁ ଫେରୁଥିବା ଏହି ଲୋକମାନେ ରାସ୍ତାରେ ଗାଡ଼ି ଛିଡ଼ା କରାଇ ଷ୍ଟେପନୀ ବଦଳାଉଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଏସ୍‌ୟୁଭି ସେମାନଙ୍କ ଗାଡ଼ିକୁ ଜୋର୍‌ଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ କାର୍‌ଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୪ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏପଟେ ମୃତକ ଏବଂ ଆହତଙ୍କ ପରିବାର ଲୋକେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଥିଲେ, ଚାରିଆଡ଼େ ଖାଲି ଚିତ୍କାର ଶୁଭିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗାଜିଆବାଦର ଅଜନାରା ଗ୍ରୀନ୍‌ ସୋସାଇଟିର କିଛି ଲୋକ ଖାଟୁ ଧାମ ଯାଇଥିଲେ । ସମସ୍ତେ ପରିସ୍ପରର ପଡ଼ୋଶୀ ଥିଲେ ଏବଂ ଇନୋଭା କାର୍‌ ବୁକ୍‌ କରି ଦିଲ୍ଲୀରୁ ବାହାରିଥିଲେ । ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ସମସ୍ତେ ଫେରୁଥିଲେ । ରାସ୍ତାରେ ଗାଡ଼ି ଚକ ପଙ୍କଚର ହୋଇଯିବାରୁ ସେମାନେ ଷ୍ଟେପନୀ ବଦଳାଉଥିଲେ । ହେଲେ ଏହି ସମୟରେ ପଛରୁ ଆସୁଥିବା ଏସ୍‌ୟୁଭି ସେମାନଙ୍କ ଗାଡ଼ିକୁ ଜୋର୍‌ରେ ଧକ୍କା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.