କଟକରୁ ଅନ୍ତଃରାଜ୍ୟ ବନ୍ଧୁକ ଗ୍ୟାଙ୍ଗକୁ ଧରିଲା ପୋଲିସ, ୪ ବନ୍ଧୁକ ଓ ୧୨ଟି ଗୁଳି ଜବତ

୪ ବନ୍ଧୁକ ଓ ୧୨ଟି ଗୁଳି ଜବତ ହୋଇଛି  । ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ ।

କଟକ : କଟକରୁ ଅନ୍ତଃରାଜ୍ୟ ବନ୍ଧୁକ ଗ୍ୟାଙ୍ଗକୁ ଧରିଲା ପୋଲିସ  । ୪ ବନ୍ଧୁକ ଓ ୧୨ଟି ଗୁଳି ଜବତ ହୋଇଛି  । ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଆଉ ୨ ଜଣ ଫେରାର୍ ଅଛନ୍ତି  । ଏଟିଏମ ଲୁଟ ପାଇଁ ଯୋଜନା କରୁଥିଲା ଏହି ଗ୍ୟାଙ୍ଗ । ବିହାର ମୁଙ୍ଗେର ଲିଙ୍କ ସାମନାକୁ ଆସିଛି  ।  ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ ।  ସେହିପରି ଅଧିକ ଖୋଳତାଡ ପାଇଁ ପୋଲିସର ଗୋଟିଏ ଟିମ୍ ମୁଙ୍ଗେର ଯିବ ।  କେବେଠାରୁ ବନ୍ଧୁକ କାରବାର ଚାଲିଥିଲା ? ରାଜ୍ୟର ଆଉ କେଉଁ ସ୍ଥାନରେ କାମ କରୁଥିଲା ନେଟୱାର୍କ ? ଅଧିକ ଖୋଳତାଡ କରୁଛି ଜଗତପୁର ଥାନା ପୋଲିସ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.