ବାଲୁକକଳାରେ ‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ ନାମରେ ଏକ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଦେଶବ୍ୟାପି 'ମେରା ପେହଲା ଭୋଟ୍ ଦେଶ କେ ଲିୟେ' ଅର୍ଥାତ ମୋର ପ୍ରଥମ ଭୋଟ ଦେଶ ପାଇଁ ଅଭିଯାନ ଚାଲିଛି । ତେବେ ଏହି ଅବସରରେ ବାଲୁକାକଳାରେ ନୂଆ ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଦିଆଯାଇଛି ଆହ୍ଵାନ । ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର ପ୍ରଦର୍ଶିତ କରିଛନ୍ତି ।

ଭାରତରେ ଭୋଟ ଦେବା ହେଉଛି ସମସ୍ତଙ୍କର ସାମ୍ବିଧାନିକ ଅଧିକାର । ଯିଏ ୧୮ ବୟସରୁ ଅଧିକ ବର୍ଷର ନାଗରିକ ସେମାନେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ନିଜ ପସନ୍ଦ ହିସାବରେ ଭୋଟ୍ ଦେଇପାରିବେ । ଦେଶର ବିକାଶ ପାଇଁ ମତଦାନ ହେଉଛି ଏକ ମୂଳଦୁଆ । ତେଣୁ ସମସ୍ତେ ଭୋଟ ଦେବା ଉଚିତ୍‌ । ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଛନ୍ତି ।

ଏଥି ନିମନ୍ତେ ଦେଶବ୍ୟାପି ‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ ଅର୍ଥାତ ମୋର ପ୍ରଥମ ଭୋଟ ଦେଶ ପାଇଁ ଅଭିଯାନ ଚାଲିଛି । ଏହି ଅଭିଯାନରେ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇ ଯୁବ ମତଦାତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରିବା ଲାଗି ଆଗେଇ ଆସିବାକୁ ସଚେତନ କରୁଛନ୍ତି । ତେବେ ଏହି ଅବସରରେ ବାଲୁକାକଳାରେ ନୂଆ ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଦିଆଯାଇଛି ଆହ୍ଵାନ । ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର ପ୍ରଦର୍ଶିତ କରିଛନ୍ତି ।

ଏଥିରେ ସେ ‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ ନାମରେ ଏକ ବାର୍ତ୍ତା ଦେଇଛନ୍ତି । ଯେଉଁ ଯୁବ ଭୋଟର୍ ମାନେ ନୂଆକରି ଭୋଟ ଦେବେ ସେମାନଙ୍କ ପାଇଁ ଏହି ବାର୍ତ୍ତାଟି ଉଦ୍ଦିଷ୍ଟ । ଗଣତାନ୍ତ୍ରିକ ଦେଶରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ ଅଟେ । ତେଣୁ ଯେଉଁ ଭୋଟର୍ ମାନେ ଭୋଟ ଦେବାର ବୟସ ଯୋଗ୍ୟତା ହାସଲ କରିଛନ୍ତି ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ସହ ପ୍ରଥମକରି ଭୋଟ ଦେବା ପାଇଁ ଆତ୍କୃଷ୍ଟ୍ କରିବା ଦିଗରେ ଆହ୍ବାନ ଦେଇଛନ୍ତି ସୁଦର୍ଶନ ।

ବାଲୁକାକଳାରେ ଏହି ସଚେତନତା ବାର୍ତ୍ତାଟି ଯୁବ ଭୋଟର୍ ମାନଙ୍କୁ ଭୋଟ ପ୍ରତି ଆକର୍ଷିତ କରିବା ସହ ଦେଶର ନିର୍ବାଚନ ପ୍ରକ୍ରିୟା ଓ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳାରେ ସେ ଉଭୟ ମହିଳା ଓ ପୁରୁଷ ଭୋଟରଙ୍କ ପ୍ରତୀକାତ୍ମକ ଚିହ୍ନକୁ ସ୍ଥାନିତ କରିଥିବା ବେଳେ ପ୍ରାୟ ୧୦ ଫୁଟର ଏହି ବାଲୁକା କଳାଟିକୁ ରଙ୍ଗୀନ କରି ଗଢି ତୋଳିଛନ୍ତି । ଯେଉଁଥିରେ ‘ମେରା ପେହଲା ଭୋଟ ଦେଶ କେ ଲିଏ’ ହାସଟ୍ୟାଗ ବ୍ୟବହାର କରିଛନ୍ତି ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ । ସୂଚନାଯୋଗ୍ୟ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ ଅଭିଯାନ କାର୍ଯ୍ୟକାରୀ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.