Below header

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଧାରଣା, ୧୫ ହଜାର ଟଙ୍କାକୁ ଦରମା ବୃଦ୍ଧି ଦାବି

ଭୁବନେଶ୍ବରରେ ସଫେଇ କର୍ମଚାରୀଙ୍କ ଧାରଣା । ଦୁଇ ଦଫା ଦାବିରେ ରାଜମହଲ ଓଭର ବ୍ରିଜ ତଳେ ଧାରଣା ଦେଇଛନ୍ତି ।

ଭୁବନେଶ୍ବର : ଭୁବନେଶ୍ବରରେ ସଫେଇ କର୍ମଚାରୀଙ୍କ ଧାରଣା । ଦୁଇ ଦଫା ଦାବିରେ ରାଜମହଲ ଓଭର ବ୍ରିଜ ତଳେ ଧାରଣା ଦେଇଛନ୍ତି । ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସଫେଇ କର୍ମଚାରୀ ଏକାଠି ହୋଇଛନ୍ତି । ସେମାନେ ଦାବି କରିଛନ୍ତି, ୯ ହଜାରରୁ ୧୫ ହଜାର ଟଙ୍କାକୁ ଦରମା ବୃଦ୍ଧି ଓ ଅଳିଆ ବାଛିବେ ନାହିଁ । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଆଜି ଏକଜୁଟ ହୋଇ ପ୍ରତିବାଦ କରୁଛନ୍ତି ସଫେଇ କର୍ମଚାରୀ । ଦାବି ପୂରଣ ନେହେଲେ ଆସନ୍ତାକାଲି ରାଜମହଲଠାରୁ ଝାଡୁ ଆଉ ଟ୍ରଲି ଧରି ବିଏମସି ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.