ଓସ୍କାର ୨୦୨୪ : ବାଜି ମାରିଲା ଫିଲ୍ମ ଓପେନହାଇମର

ଓସ୍କାର ଆଓ୍ଵାର୍ଡ ୨୦୨୪ ବାଜି ମାରିଲା ଫିଲ୍ମ ଓପେନହାଇମର । ଏହି ଫିଲ୍ମ ୧୩ଟି ନୋମିନେସନ ପାଇଁ ଚୟନ ହୋଇଥିବା ବେଳେ ଶ୍ରେଷ୍ଠ ଫିଲ୍ମ ସହ ୭ଟି ବର୍ଗରେ ଆୱାର୍ଡ ଜିତିଛି । ଓପେନହାଇମର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ଖ୍ରୀଷ୍ଟୋଫର ନୋଲାନ୍ ।

ଲସ ଏଞ୍ଜେଲ୍ସ ସ୍ଥିତ ଡଲବୀ ଥିଏଟରରେ ୯୬ତମ ଓସ୍କାର ଆଓ୍ଵାର୍ଡ ଘୋଷଣା ହୋଇଛି । ଏଥିରେ ବାଜି ମାରିଲା ଫିଲ୍ମ ଓପେନହାଇମର । ଏହି ଫିଲ୍ମ ୧୩ଟି ନୋମିନେସନ ପାଇଁ ଚୟନ ହୋଇଥିବା ବେଳେ ଶ୍ରେଷ୍ଠ ଫିଲ୍ମ ସହ ୭ଟି ବର୍ଗରେ ଆୱାର୍ଡ ଜିତିଛି । ଓପେନହାଇମର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ଖ୍ରୀଷ୍ଟୋଫର ନୋଲାନ୍ ।

ଫିଲ୍ମ ପାଇଁ କିଲିଅନ୍ ମର୍ଫି ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ସେହିପରି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟର ଆୱାର୍ଡ ବି ଜିତିଛି ଓପେନହାଇମର । ଅପେନହାଇମର ପରେ ଅଧିକ ଓସ୍କାର ପୁରସ୍କାର ଜିତିଛି ଫିଲ୍ମ ପୁଅର ଥିଙ୍କସ୍ । ଏହି ଫିଲ୍ମ ପାଇଁ ଏମା ଷ୍ଟୋନ୍ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି ।

୨୦ ଡେଜ୍ ଇନ୍ ମାରିଓପୋଲ’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ । ‘ଦି ୱାଣ୍ଡଫୁଲ ଷ୍ଟୋରୀ ଅଫ୍ ହେନରୀ ସୁଗାର’କୁ ଶ୍ରେଷ୍ଠ ଆକ୍ସନ ସର୍ଟ ଫିଲ୍ମ ଘୋଷଣା । ‘ଦି ଲାଷ୍ଟ ରିପର’କୁ ଶ୍ରେଷ୍ଠ ଡକୁମେଣ୍ଟାରୀ ସର୍ଟ ଫିଲ୍ମ ପୁରସ୍କାର ମିଳିଛି । ଦା’ ଭିନେ ଜୟ ରାନଡଲ୍ଫଙ୍କୁ ବେଷ୍ଟ ସପୋର୍ଟଂ ଅଭିନେତ୍ରୀ ପୁରସ୍କାର । ଦି ଜୋନ୍ ଅଫ୍ ଇନଟ୍ରେଷ୍ଟକୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ସହ ଶ୍ରେଷ୍ଠ ସାଉଣ୍ଡ ଆୱାର୍ଡ଼ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.