ଅଲ୍‌-କାଏଦାର ଖୁଂଖାର୍‌ ନେତା ଖାଲିଦ ଅଲ୍‌-ବତରଫିଙ୍କ ମୃତ୍ୟୁ, ଆମେରିକା ରଖିଥିଲା ୫୦ ଲକ୍ଷ ଡଲାରର ପୁରସ୍କାର

ୟେମେନ୍‌ରେ ଅଲ୍‌-କାଏଦା ଶାଖା ନେତା ଖାଲିଦ ଅଲ୍‌-ବତରଫିଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀ ଗୋଷ୍ଠୀ ରବିବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି ।

ୟେମେନ୍‌ରେ ଅଲ୍‌-କାଏଦା ଶାଖା ନେତା ଖାଲିଦ ଅଲ୍‌-ବତରଫିଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀ ଗୋଷ୍ଠୀ ରବିବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି । କହି ରଖୁଛୁ ଯେ ଆମେରିକା ସରକାର ଆରବିଆନ୍ ଉପଦ୍ୱୀପରେ ଅଲ୍‌-କାଏଦା ଗୋଷ୍ଠୀ(AQAP)ର ନେତୃତ୍ୱ ନେଉଥିବା ଖାଲିଦ ଅଲ୍‌-ବତରଫିଙ୍କ ଉପରେ ୫୦ ଲକ୍ଷ ଡଲାରର ପୁରସ୍କାର ଘୋଷଣା କରିଥିଲେ ।

AQAPକୁ ଏହାର ପ୍ରତିଷ୍ଠାତା ଓସାମା ବିନ୍ ଲାଦେନଙ୍କ ହତ୍ୟା ପରେ ମଧ୍ୟ ସକ୍ରିୟ ଉଗ୍ରବାଦୀ ଗୋଷ୍ଠୀର ସବୁଠାରୁ ବିପଜ୍ଜନକ ଶାଖା ଭାବରେ ବିବେଚନା କରାଯାଉଛି ।

ଅଲ୍‌-କାଏଦା ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଅଲ୍‌-ବତରଫିଙ୍କୁ ଅଲ୍‌-କାଏଦାର କଳା ଏବଂ ଧଳା ପତାକାରେ ଆବୃତ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ବତରଫିଙ୍କ ମୃତ୍ୟୁର କାରଣ ବିଷୟରେ କୌଣସି ବିବରଣୀ ଦିଆଯାଇ ନାହିଁ ଏବଂ ତାଙ୍କ ମୁହଁରେ ଆଘାତର ବି କିଛି ସ୍ପଷ୍ଟ ଚିହ୍ନ ନଜର ଆସିନାହିଁ । କୁହାଯାଉଛି ଯେ ବତରଫିଙ୍କ ବୟସ ପାଖାପାଖି ୪୦ ବର୍ଷ ଥିଲା ।

ଏସ୍‌ଆଇଟିିଇ ଇଣ୍ଟେଲିଜେନ୍ସ ଗ୍ରୁପ୍ ଅନୁସାରେ, ଆତଙ୍କବାଦୀମାନେ ଭିଡିଓ ଜାରି କରି ବତରଫିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ରମ୍‌ଜାନର ପୂର୍ବ ସନ୍ଧ୍ୟାରେ ସଙ୍ଗଠନ ଏହି ଘୋଷଣା କରିଛି । ସୋମବାରଠାରୁ ୟେମେନରେ ମୁସଲମାନମାନଙ୍କର ପବିତ୍ର ମାସ ଆରମ୍ଭ ହେଉଛି । ସଙ୍ଗଠନ ଘୋଷଣା କରିଛି ଯେ ସାଦ୍ ବିନ୍ ଅତେଫ୍‌ ଅଲ୍‌-ଆୱଲାକି ବର୍ତ୍ତମାନ ଏହାର ନେତା ହେବେ । ଆମେରିକା ଆୱଲାକିଙ୍କ ଉପରେ ୬୦ ଲକ୍ଷ ଡଲାରର ପୁରସ୍କାର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.