Below header

ରାଜଧାନୀ ଭିତରେ ମିଳିବ ଜଙ୍ଗଲ ମଜା, ଆନନ୍ଦବନକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଳିଙ୍ଗନଗରରେ ଥିବା ଆନନ୍ଦବନକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର ।

ଭୁବନେଶ୍ୱର: ରାଜଧାନୀ ଭିତରେ ଜଙ୍ଗଲ ମଜା । କଳିଙ୍ଗନଗରରେ ଥିବା ଆନନ୍ଦବନକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ୯୦ ଏକର ପରିବ୍ୟାପ୍ତ ଏହି ଜଙ୍ଗଲର ଗୋଟିଏ ପାର୍ଶ୍ବରେ ୬୦ ଏକର ଓ ରାସ୍ତାର ଅନ୍ୟ ପାର୍ଶ୍ବରେ ରହିଛି ୩୦ ଏକର ଜଙ୍ଗଲ । ଉଭୟ ପାର୍ଶ୍ବକୁ ଯୋଡିବା ପାଇଁ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ । କୃତ୍ରିମ ଉପାୟରେ ଏାର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି ।

ଏହାରି ଭିତରେ ସାଇକେଲ ପଥ, ରଙ୍ଗଭୂମି, ଜଳାଶୟ, କାଠ ପୋଲ, ଶୌଚାଳୟ, ଯୋଗମଣ୍ଡପ, ଫୁଡଜୋନ୍ ଓ ସାଇକେଲ ଟ୍ରାକ ରହିଛି । ଏହାର ସମ୍ମୁଖ ଭାଗରେ ଜଳ ଫୁଆରା ଭିତରେ ଲେଖା ଯାଇଥିବା ଆନନ୍ଦବନ ଖୁସିର ନୀଡ଼ ଆକ୍ରଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମିଶନ ଶକ୍ତି ଆଉଟଲେଟ ସହ ଜଙ୍ଗଲ ଭିତରେ ବସି କୋରାପୁଟ କଫି ପିଇବାର ସୁଯୋଗ ମିଳିବ । ସକାଳ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଖୋଲାରହିବ ଆନନ୍ଦବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.